ଆଉ ପାଦେ ଆଗେଇଲା ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ

ଝାରତରଭାରୁ ଖମ୍ବେଶ୍ୱରୀପାଲି ନରସିଂହଗଡ଼କୁ ଗଡ଼ିଲା ଟ୍ରେନ୍‌

ଆଉ ପାଦେ ଆଗେଇଲା ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ

ତରଭା: ବହୁ ପ୍ରତୀକ୍ଷିତ ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ଆଉ ପାଦେ ଆଗେଇଛି। ଗୁରୁବାର ଝାରତରଭା ରେଳ ଷ୍ଟେସନରୁ ଖମ୍ବେଶ୍ୱରୀପାଲି ନରସିଂହଗଡ଼ ପର୍ଯ୍ୟନ୍ତ ରେଳଗାଡ଼ି ଗଡ଼ିଛି। ଦକ୍ଷିଣପୂର୍ବ ରେଳପଥ ନିରାପତ୍ତା ଆୟୁକ୍ତ ଏ.ଏମ୍‌. ଚୌଧୁରୀଙ୍କ ତଦାରଖରେ ଏହି ଦୁଇ ଷ୍ଟେସନ ମଧ୍ୟରେ ୧୨ କିଲୋମିଟରର ଟ୍ରାଏଲ୍‌ ରନ୍‌ କରାଯାଇଛି।

ବଲାଙ୍ଗୀର ପଟୁ ଝାରତରଭା ଯାଏ ପ୍ରାୟ ୨୫ କିଲୋମିଟର କାମ ପୂର୍ବରୁ ସଂପୂର୍ଣ୍ଣ ହୋଇ ରେଳଗାଡ଼ି ଚାଲୁଛି। ଏକମାସ ପୂର୍ବରୁ ବିଛୁପାଲିରୁ ଝାରତରଭା ପର୍ଯ୍ୟନ୍ତ ୧୧କିମି ରେଳ ଲାଇନ୍‌ର ଲୋକାର୍ପଣ କରାଯାଇଥିଲା। ଅତିଶୀଘ୍ର ସୋନପୁର ପର୍ଯ୍ୟନ୍ତ ରେଳଗାଡ଼ି ଗଡ଼ିବା ନେଇ ଲୋକେ ଆଶାବାଦୀ ଅଛନ୍ତି। ଏହା ହେଲେ ବଲାଙ୍ଗୀର ସୋନପୁର ସହର ରେଳପଥ ଦ୍ୱାରା ସଂଯୁକ୍ତ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe