ବଲାଙ୍ଗୀର ଆସିବ ସଂସଦର ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି, ବଡ଼ମାଳ ଗୋଳାବାରୁଦ କାରଖାନା ପରିଦର୍ଶନ କରିବ

Advertisment
ବଲାଙ୍ଗୀର ଆସିବ ସଂସଦର ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି, ବଡ଼ମାଳ ଗୋଳାବାରୁଦ କାରଖାନା ପରିଦର୍ଶନ କରିବ

ବଲାଙ୍ଗୀର/ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ନିକଟ ବଡ଼ମାଳ ଗୋଳାବାରୁଦ କାରଖାନାକୁ ସଂସଦର ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ଆସନ୍ତା ୧୫ତାରିଖ ସୋମବାର ଦିନ ପରିଦର୍ଶନରେ ଆସିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ଏହି କମିଟିର ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣ ସଦସ୍ୟ ଆସି କାରଖାନା ପରିଦର୍ଶନ କରିବେ।

କମିଟିର ସଦସ୍ୟମାନେ ସୋମବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ସୁନାବେଡ଼ା ହାଲ୍‌ରୁ ଆସି ବଡ଼ମାଳରେ ପହଂଚିବେ। ଗୋଳାବାରୁଦ କାରଖାନା ପରିଦର୍ଶନ କରି ଅପରାହ୍ଣ ୪ଟା ସୁଦ୍ଧା ବାଲେଶ୍ୱର ଆଇଟିଆର୍‌କୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି କାରଖାନା ପକ୍ଷରୁ ସ୍ବତନ୍ତ୍ର ଅୟୋଜନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe