ପିକଅପ୍ ଭ୍ୟାନ୍ ଓଲଟି ପରିବା ବ୍ୟବସାୟୀ ଗୁରୁତର, ୫ ଆହତ

Advertisment
ପିକଅପ୍ ଭ୍ୟାନ୍ ଓଲଟି ପରିବା ବ୍ୟବସାୟୀ ଗୁରୁତର, ୫ ଆହତ

କଣ୍ଟାବାଞ୍ଜି: ଆଜି ସକାଳୁ ସକାଳୁ କଣ୍ଟାବାଞ୍ଜିରୁ ସିନ୍ଧେକେଲା ବଜାରକୁ ପରିବା ବିକ୍ରି କରିବାକୁ ଯାଉଥିବା ଏକ ପିକଅପ ଗାଡ଼ି କନ୍ଦବାହାଲ ଛକ ଠାରେ ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଗାଡ଼ିଟି ରାସ୍ତାର ପାର୍ଶ୍ୱରେ ଥିବା ଏକ ଚାଷ ଜମି ଭିତରକୁ ପଶିଯାଇଛି। ଏଥିରେ ରାଧେ ସତନାମୀ ନାମକ ଜଣେ ପରିବା ବ୍ୟବସାୟୀ ଗୁରୁତର ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।

ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି। କଣ୍ଟାବାଞ୍ଜି ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଦେଇଛି। ଗୁରତର ଏବଂ ଆହତ ସମସ୍ତେ କଣ୍ଟାବାଞ୍ଜି ସତନାମୀ ପଡାର ପରିବା ବିକାଳି ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe