ଫାଇଲରେ ହଜିଛି ୧୦୨ ହିତାଧିକାରୀଙ୍କ ଆବାସ କାର୍ଯ୍ୟାଦେଶ

Advertisment

ଦେଓଗାଁ ବ୍ଲକରେ ପ୍ରହସନ ପାଲଟିଛି ପିଠା ଯୋଜନା

ଦେଓଗାଁ ବ୍ଲକରେ ପ୍ରହସନ ପାଲଟିଛି ପିଠା ଯୋଜନା

ଫାଇଲରେ ହଜିଛି ୧୦୨ ହିତାଧିକାରୀଙ୍କ ଆବାସ କାର୍ଯ୍ୟାଦେଶ

ଦେଓଗାଁ: ଦେଓଗାଁ ବ୍ଲକରେ ପିଠା ଯୋଜନା ପ୍ରହସନ ପାଲଟିଥିବା ଅଭିଯୋଗ ହେଉଛି। ସରକାରଙ୍କ ମାପ ଦଣ୍ଡ ଥିବା ଏସଇସିସି ତାଲିକାରେ ବାଦ ପଡ଼ିଥିବା ନିହାତି ଗରିବ ଲୋକଙ୍କୁ ଯୋଜନାରେ ସାମିଲ କରିବା ପାଇଁ ଲୋକ ପ୍ରତିନିଧିମାନେ ରେକୋମେଣ୍ଟ କଲା ପରେ ୧୦୨ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଯୋଡ଼ାଯାଇଛି। ବ୍ଲକ ପ୍ରଶାସନ ଏହି ହିତାଧିକାରୀଙ୍କ ନାମ ଚୂଡ଼ାନ୍ତ କରିଥିଲେ ମଧ୍ୟ କେଉଁ କାରଣ ଯୋଗୁଁ ସେମାନଙ୍କୁ କାର୍ଯ୍ୟାଦେଶ ଦିଆଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ତେବେ ଜଣ ପ୍ରତି ୨୦ ହଜାର ଟଙ୍କା ଆଦାୟ କରିବାକୁ ପ୍ରୟାସ ଚାଲିଥିବା ଚର୍ଚ୍ଚା ହେଉଛି।। ଏ ସଂକ୍ରାନ୍ତରେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେରଙ୍କୁ ପଚାରିବାରୁ ମୋତେ ମଧ୍ୟ ଅନ୍ଧାରରେ ରଖାଯାଇଛି, ଗତ ବର୍ଷ କେଉଁ କେଉଁ ହିତାଧିକାରୀ ନିର୍ଦ୍ଧାରିତ ସମୟରେ ଘର ନିର୍ମାଣ କରି ପାରିଲେ ସେମାନଙ୍କୁ ସରକାରୀ ନିୟମ ମୁତାବକ ପ୍ରୋତ୍ସାହନ ରାଶି ଦେବା କଥା କିନ୍ତୁ ଏହା ମଧ୍ୟ ଲୁଟ କରାଯାଊଛି ବୋଲି କହିଛନ୍ତି। ଅନେକ ସମୟରେ ମୋତେ ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖରୁ ଦୂରେଇ ରଖାଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe