ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହାକୁ ଏନଏସି ଘୋଷଣା କରିନାହାନ୍ତି ରାଜ୍ୟ ସରକାର। ଏହାର ପ୍ରତିବାଦରେ ଆଜି ଲୋଇସିଂହା ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଦୋକାନ ବଜାର।
ବନ୍ଦ ପାଳନକୁ ବିଜେପି ଓ କଂଗ୍ରେସ କର୍ମୀ ସମର୍ଥନ କରୁଛନ୍ତି। ବରଗଡ଼-ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଆଦୋଳନକାରୀ। ବନ୍ଦର ପ୍ରଭାବରେ ଆଜି ସକାଳୁ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି। ତେବେ ଏଥିରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି।
Follow Us