୧୨୮ ଲିଟର ମଦ ଜବତ:୪ ଗିରଫ, ଜଣେ ଫେରାର

Advertisment
୧୨୮ ଲିଟର ମଦ ଜବତ:୪ ଗିରଫ, ଜଣେ ଫେରାର

ଗୁଡ଼ଭେଲା: ବଲାଙ୍ଗୀର ଅବକାରୀ ଭ୍ରାମ୍ୟମାଣ ଦଳ ଓ ତୁଷରା ଅବକାରୀ କାର୍ଯ୍ୟାଳୟ ଦ୍ୱାରା ଗୁଡ଼ଭେଲା ଓ ଦେଓଗାଁ ବ୍ଲକ ତଥା ତୁଷରା ଏନଏସି ଅଞ୍ଚଳରେ ବ୍ୟାପକ ଧରପକଡ଼ କରାଯାଇଛି। ପାଞ୍ଚଟି ଘଟଣାରେ ମୋଟ ୧୨୮.୧୫୦ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି। ଜଣେ ଅଭିଯୁକ୍ତ ଫେରାର ହୋଇଥିବା ଜଣାଯାଇଛି। ଅବକାରୀ ବିଭାଗ ସୂଚନା ଅନୁସାରେ ତୁଷରା ନିକଟବର୍ତ୍ତୀ ଧାନଘରା ତେଲନଦୀ କୂଳରେ ଥିବା ଏକ ଢାବାରେ ଚଢ଼ଉ କରାଯାଇଥିଲା। ସେଠାରେ ୭.୧୫୦ ଲିଟର ବିୟର ସହ ୫ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ବେଳେ ନେପାଳ ବାଗଙ୍କୁ ଗିରଫ କରାଯାଇଛି। ସେହିପରି ତୁଷରାର ହରିହର ପାତ୍ରଙ୍କୁ ୮ଲିଟର ଦେଶୀ ମଦ(ପାଉଚ) ସହ ଗିରଫ କରାଯାଇଛି। ଗୁଡ଼ଭେଲା ନିକଟବର୍ତ୍ତୀ ରାଣୀମାଲରୁ ୨୦ ଲିଟର ଖୋଲା ଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଈଶ୍ୱର ରଣା ଫେରାର ହେବାରେ ସକ୍ଷମ ହୋଇଛନ୍ତି। ତେବେ ଦେଓଗାଁରୁ ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଛି। ଅକ୍ଷୟ ବେହେରାଙ୍କଠାରୁ ୮୦ ଲିଟର ଦେଶୀ ଖୋଲା ମଦ ତଥା ରବି ଠେଲାଙ୍କ ପାଖରୁ ୮ ଲିଟର ଦେଶୀ ପାଉଚ ମଦ ଜବତ କରି ଉଭୟଙ୍କୁ ଗିରଫ କରାଯାଇଛି। ଅଜିର ଚଢ଼ଉରେ ମୋବାଇଲ ଦଳର ଇନ୍‌ସପେକ୍ଟର ଦେବାଶିଷ ପଟେଲ, ତୁଷରା ଅବକାରୀ ଏସ୍‌ଆଇ ଅନ୍ନପୂର୍ଣ୍ଣା ରଥଙ୍କ ସହ ଉଭୟ ମୋବାଇଲ ଓ ତୁଷରାର କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe