୧୩୩ ଲିଟର ଦେଶୀ ମଦ ଜବତ

Advertisment
୧୩୩ ଲିଟର ଦେଶୀ ମଦ ଜବତ

ବଲାଙ୍ଗୀର: ଦଶହରା ଅବସରରେ ସ୍ବତନ୍ତ୍ର ଅବକାରୀ ଚଢଉ ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହୋଇଛି। ଖୁଜେନପାଲିରେ ଚଢଉ କରି ବାଳକୃଷ୍ଣ ବାଗଙ୍କ ନିକଟରୁ ୬୦ଲିଟର ଦେଶୀ ମଦ, ଯୋଗେଶ୍ବର ସାହୁଙ୍କ ନିକଟରୁ ୧୦ଲିଟର ଦେଶୀ ମଦ ଓ ମାକରଚୁଆଁର ସଦାଶିବ କାଲସାଏଙ୍କ ଘରେ ଚଢଉ କରି ୨୦ଲିଟର ଦେଶୀ ମଦ ଜବତ କରାଯାଇଛି। ସେହିପରି ୧୦ ତାରିଖରେ ତୁଷୁରା ଅଞ୍ଚଳରେ ୪ଟି ସ୍ଥାନରେ ଓ ଅବକାରୀ ସ୍କ୍ବାର୍ଡ ପକ୍ଷରୁ ଚଢଉ କରାଯାଇ ୩୩ ଲିଟର ଦେଶୀ ମଦ ଓ ୫ଲିଟର ବିଦେଶୀ ମଦ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe