ଡେ଼ଲିଭରି ବୟକୁ ଭୁଜାଲି ଆକ୍ରମଣ: ବନ୍ଧା ହେଲେ ଦୁଇ ଅଭିଯୁକ୍ତ

Advertisment
ଡେ଼ଲିଭରି ବୟକୁ ଭୁଜାଲି ଆକ୍ରମଣ: ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଦେଓଗାଁ: ଦିନ ଦ୍ବିପ୍ରହରରେ ଜଣେ ଫ୍ଲିଫକାର୍ଡ ଡେ଼ଲିଭରି ବୟକୁ ନିଶାଖୋର ଯୁବକମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଘଟଣାରେ ଦେଓଗାଁ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଯୁବକ ଦୁଇ ଜଣ ହେଲେ ତୁଷୁରା ଥାନା ସନ୍ଦିସରା ଗାଁର ଭାସ୍କର ଭୋଇ ଏବଂ କରଲୋଖମନ ଗାଁର ଆନନ୍ଦ କୁଅଁର। ଏମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ଯାଇଥିବା ବେଳେ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବାଇକ, ଏକ ଭୁଜାଲି ସହ ଲୁଟ ହୋଇଥିବା ହଜାରେ ଟଙ୍କା ଜବତ କରାଯାଇଛି ବୋଲି ଦେଓଗାଁ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି ଦେଓଗାଁ ଥାନା ଅନ୍ତର୍ଗତ ସିକୁଆଁ ମୁରସିଂ ରାସ୍ତାରେ ସଇଁତଳାର ଫ୍ଲିଫକାର୍ଡ ଡେଲିଭରି ବୟ ଶ୍ରୀତମ ସୁନାକୁ ଅଟକାଇ ଟଙ୍କା ମାଗିଥିଲେ। ଶ୍ରୀତମ ନିଜ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିବାରୁ ଲୁଟେରାମାନେ ତାଙ୍କ ବାମ କାନ୍ଧରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଭୟଭୀତ ହୋଇ ଟଙ୍କା ଦେଇଦେଇଥିଲେ। ପରେ ଏନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ କାବୁ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe