କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୨୪ ଦାଦନ ଉଦ୍ଧାର: ୩ ଦଲାଲଙ୍କୁ ଥାନାରେ ଅଟକ ରଖି ପୁଲିସର ପଚରାଉଚରା

Advertisment
କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୨୪ ଦାଦନ ଉଦ୍ଧାର: ୩ ଦଲାଲଙ୍କୁ ଥାନାରେ ଅଟକ ରଖି ପୁଲିସର ପଚରାଉଚରା

କଣ୍ଟାବାଞ୍ଜି: ଆରମ୍ଭ ହେଲା ଦାଦନ ଋତୁ। ଗାଁ ଗାଁରେ କାମଧନ୍ଦା ଅଭାବରୁ ସର୍ଦ୍ଦାର ପାଖରୁ ମୋଟା ରକମର ଟଙ୍କା ନେଇ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ପ୍ରତିଦିନ ହଜାର ହଜାର ଦାଦନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି ଦଲାଲ। ଏମିତି ବେଆଇନ ଚାଲାଣ ବେଳେ ୨୪ ଜଣ ଦାଦନ ଉଦ୍ଧାର ହୋଇଛନ୍ତି। ସମସ୍ତ ଦାଦନ ସମ୍ବଲପୁର ଜିଲ୍ଲା ଗୋଡ଼ଭଙ୍ଗା ବ୍ଲକ ଅନ୍ତର୍ଗତ ଧନକଉଡା ଓ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଲାଠୋର ଗାଁର। ଏହି ମାମଲାରେ ଥାନାରେ ୩ ଜଣ ଦଲାଲଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ବିଳମ୍ବିତ ରାତିରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ମୋଟ ୨୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ। ଦାଦନ ଶ୍ରମିକମାନେ ସମ୍ବଲପୁର ଜିଲ୍ଲା ଗୋଡଭଙ୍ଗା ବ୍ଲକ ଧନକଉଡା ଗାଁ ଓ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଲାଠୋର ଗାଁର ବୋଲି ଜଣାପଡ଼ିଛି। ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ୧୦ ପୁରୁଷ , ୫ ଶିଶୁ ଓ ୯ ମହିଳା ଥିବା ଜଣାଯାଇଛି। କଣ୍ଟାବାଞ୍ଜି ଥାନାରେ ୩ ଜଣ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରୁଛି କଣ୍ଟାବାଞ୍ଜି ପୁଲିସ। କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଏମାନେ ସମସ୍ତେ ବାହାର ରାଜ୍ୟକୁ ଚାଲାଣ ହୋଇଥାନ୍ତେ। କିନ୍ତୁ ଚାଲାଣ ବେଳେ କୌଣସି ସୂତ୍ରରୁ ଖବର ପାଇ ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା ପୁଲିସ। ବେଆଇନ ଦାଦନ ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe