ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ରେଞ୍ଜ ଅଧୀନ ବେନ୍ଦେର ଅଞ୍ଚଳ ଓ ନିକଟସ୍ଥ ଭାଲୁଚୁଆଁ ଗ୍ରାମର ଲାନ୍ଥ ନଦୀ ନିକଟରୁ ୨୬ ଖଣ୍ଡ କାଠଗଣ୍ଡି ଲାଠୋର ବନବିଭାଗ ଦ୍ୱାରା ଜବତ କରାଯାଇଛି। ବେନ୍ଦେର ଗ୍ରାମର ଏକ ବେସରକାରୀ ଓ ଗୋଚର ଜମିରୁ ଶାଳ, ପିଆଶାଳ, ମହୁଲ ଗଣ୍ଡି କଟା ଯାଇଥିବାର ଲାଠୋର ବନ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଏ ନେଇ ବନବିଭାଗ ଅଧିକାରୀ ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ସମସ୍ତ ବନକର୍ମଚାରୀ ଉକ୍ତ ସ୍ଥାନକୁ ଯାଇ ତଦନ୍ତ କରି ପଡ଼ିଥିବା ଗଣ୍ଡିକୁ ଜବତ କରି ଲାଠୋର ବନ ଅଫିସ୍କୁ ଅଣାଯାଇଥିବା ସହ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରାଯାଉଥିବା ଜଣାଯାଇଛି। ଜବତ କାଠ ଗଣ୍ଡିର ଅନୁମାନିକ ମୂଲ୍ୟ ଏକ ୫୦ ପଚାଶ ହଜାର ହେବ ବୋଲି ବନ ଅଧିକାରୀ ପ୍ରକାଶ କରିଛନ୍ତି। ବେନ୍ଦେର ଫରେଷ୍ଟର ସମିର ମହାପାତ୍ର ଏହାର ତଦନ୍ତ କରୁଛନ୍ତି। ଜବତ ବେଳେ ଲାଠୋର ପୁଲିସ ପୁଲିସ ବି ସାମିଲ ଥିଲେ।
୨୬ ଖଣ୍ଡ କାଠ ଗଣ୍ଡି ଜବତ
Advertisment
Follow Us