ଟଙ୍କା ପାଇଁ ହସ୍ପିଟାଲରେ ବନ୍ଧା ପଡ଼ିଛି ଭାଇର ମୃତଦେହ: ଘରକୁ ଶବ ଆଣିବା ପାଇଁ ତିନି ଭଉଣୀ ମାଗୁଛନ୍ତି ଭିକ୍ଷା

Advertisment
ଟଙ୍କା ପାଇଁ ହସ୍ପିଟାଲରେ ବନ୍ଧା ପଡ଼ିଛି ଭାଇର ମୃତଦେହ: ଘରକୁ ଶବ ଆଣିବା ପାଇଁ ତିନି ଭଉଣୀ ମାଗୁଛନ୍ତି ଭିକ୍ଷା

ଦେଓଗାଁ: ଦୁଇଦିନ ତଳେ ପଶ୍ଚିମ ଓଡ଼ିଶାରେ ଭାଇର ଦୀର୍ଘାୟୁ କାମନା କରି ଉପବାସ ରହି ଭଉଣୀ ପାଳନ କରିଥିଲେ ଭାଇଜିଉଁତିଆ। ହେଲେ ଭାଇର ମୃତଶରୀର ରାଜ୍ୟ ବାହାରେ ହସ୍ପିଟାଲରେ ବନ୍ଧା ପଡ଼ିଥିବାରୁ ଗାଁକୁ ଆଣିବା ପାଇଁ ତିନି ଭଉଣୀ କରୁଛନ୍ତି ଭିକ୍ଷା ବୃତ୍ତି। ଏଭଳି ଏକ ହୃଦୟ ବିତାରକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଧନକେଡା ଗାଁରେ।
ଗତ ପଞ୍ଚାୟତ ନିର୍ବାଚନରେ ଲୋକ ପ୍ରତିନିଧି ହୋଇ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ସ୍ଥାନୀୟ ଲୋକେ କିପରି ଭାବେ ରୋଜଗାର ପାଇ ପାରିବେ, ସେଥିପାଇଁ କାମ କରିଥାନ୍ତେ। ହେଲେ ନିଜେ ରୋଜଗାର ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ହେଲେ ସେଠାରେ ଶବ ହୋଇଗଲେ। ଗତ ପଞ୍ଚାୟତ ନିର୍ବାଚନରେ ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିବା ପାଇଁ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଡେଙ୍ଗ ପଞ୍ଚାୟତର ଧୁନକେଡା ଗାଁର ରାଜେଶ ଛତ୍ରିଆ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେ। ହେଲେ ନିର୍ବାଚନରେ ପରାସ୍ତ ହେବା ପରେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ହଠାତ ସେ ସଡ଼କ ଦୁର୍ଘଟଣାର ଶିକାର ହେଇଥିଲେ ଓ ପରବର୍ତ୍ତୀ ସମୟରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିଲା। ହେଲେ ହସ୍ପିଟାଲରୁ ଶବ ନେବା ପାଇଁ ହସ୍ପିଟାଲ୍ କର୍ତ୍ତୃପକ୍ଷ ୫୦ ହଜାର ଟଙ୍କା ଦାବି କରିଥିଲେ। ୫୦ ହଜାର ଟଙ୍କା ଦେଇ ଶବ ଗାଁକୁ ଆଣିବା ପାଇଁ ସକ୍ଷମ ହୋଇନଥିଲେ ପରିବର ଲୋକେ। ଏବେ ରାଜେଶଙ୍କ ତିନି ଭଉଣୀ ନିଜ ଭାଇର ଶବକୁ ଘରକୁ ଫେରାଇ ଆଣିବା ପାଇଁ ଏବେ ଗାଁରେ ଭିକ୍ଷାବୃତ୍ତି କରୁଛନ୍ତି। ଏଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଶବ ଆଣିବା ବ୍ୟବସ୍ଥା କରିଵାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe