ବଲାଙ୍ଗୀର ରେଳ ଷ୍ଟେସନରୁ ୪୪ ଦାଦନ ଶ୍ରମିକ ଉଦ୍ଧାର

Advertisment
ବଲାଙ୍ଗୀର ରେଳ ଷ୍ଟେସନରୁ ୪୪ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀରରେ ଦାଦନ ଚାଲାଣ ଥମିବାର ନାଆଁ ନେଉନାହିଁ। ପୁଣି ଚାଲାଣବେଳେ ପୁଲିସ ୪୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ଘର ବେଲପଡ଼ା ଥାନା ରେଙ୍ଗାଳୀ ଗାଁରେ ବୋଲି ଜଣାଯାଇଛି। ଏହି ଦାଦନ ଶ୍ରମିକମାନେ ଘରୋଇ ବସରେ ବଲାଙ୍ଗୀର ରେଳ ଷ୍ଟେସନକୁ ଆସୁଥିଲେ। ସେମାନେ ଷ୍ଟେସନରୁ ହାଇଦ୍ରାବାଦକୁ ଯାଇଥାନ୍ତେ।
ସୂଚନା ଅନୁଯାୟୀ, ହାଇଦ୍ରାବାଦ ଚାଲାଣବେଳେ ବଲାଙ୍ଗୀର ରେଳ ଷ୍ଟେସନରୁ ୪୪ ଜଣ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୧୪ ଜଣ ନାବାଳକ ଅଛନ୍ତି। ଗତକାଲି ଏହି ଦାଦନ ଶ୍ରମିକମାନଙ୍କୁ ଇଟା ଭାଟିରେ କାମ କରିବାକୁ ହାଇଦ୍ରାବାଦ ଚାଲାଣ କରାଯାଉଥିବା ନେଇ ପୁଲିସ ଖବର ପାଇଥିଲା। ଏହାପରେ ପୁଲିସ ସେମାନଙ୍କୁ ଧରିବା ଲାଗି ଷ୍ଟେସନରେ ଜଗି ରହିଥିଲା। ଦାଦନ ଶ୍ରମିକମାନେ ଷ୍ଟେସନରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ତେବେ ଦଲାଲ ଘଟଣାସ୍ଥଳରୁ ଫେରାର ମାରଇଥିବା କୁହାଯାଉଛି। ଏହି ଦାଦନ ଶ୍ରମିକମାନଙ୍କୁ କିଏ ଚାଲାଣ କରୁଥିଲା ଓ ଏହି ଘଟଣାରେ କେଉଁମାନେ ସଂପୃକ୍ତ ସେନେଇ ପୁଲିସ ତଦନ୍ତ ଚଳାଇଛି।

publive-image
ସୂଚନାଯୋଗ୍ୟ, କିଛି ଦିନ ତଳେ ବଙ୍ଗୋମୁଣ୍ଡା ପୁଲିସ ଦ୍ୱାରା ୨୫ ଜଣ ଦାଦନ ଶ୍ରମିକ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ୧୧ ଜଣ ମହିଳା ଓ ୬ଟି ଶିଶୁ ଥିଲେ।ଉଦ୍ଧାର ଦାଦନ ଶ୍ରମିକମାନେ ହେଲେ ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାର। ବେଆଇନ ଭାବେ ତାଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ବଙ୍ଗୋମୁଣ୍ଡା ପୁଲିସ ବଙ୍ଗୋମୁଣ୍ଡା ଗୋଲେଇ ଛକ ନିକଟରୁ ଉଦ୍ଧାର କରିଥିଲା। ୩ଟି ଚାରି ଚକିଆ ଗାଡ଼ି ସହ ଦାଦନ ସର୍ଦାରକୁ ପୁଲିସ ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe