୪୬ କେଜି ଗଂଜେଇ ସହ ୪ ଗିରଫ

Advertisment
୪୬ କେଜି ଗଂଜେଇ ସହ ୪ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଅବକାରୀ ମୋବାଇଲ୍‌ ସ୍କ୍ଵାଡ ନେତୃତ୍ୱରେ ଗୁରୁବାର ପୁଇଁନ୍ତଳା ଥାନା ଅନ୍ତର୍ଗତ ଭଦ୍ରାପାଲି ଗାଁରେ ଚଢଉ କରାଯାଇ ୪୬ କେଜି ଗଂଜେଇ ଜବତ କରାଯାଇଛି।
ଗୁରୁବାର ମୋବାଇଲ୍‌ ସ୍କ୍ଵାଡର ଇନ୍ସପେକ୍ଟର ଦେବାଶିଷ ପଟେଲ, ଏସ୍‌ଆଇ ଶଶିକାନ୍ତ ଦତ୍ତ, ଏସ୍‌ଆଇ ଉଦେଲାଲ ନାଏକ, ଏଏସ୍‌ଆଇ ଜଗଦିଶ ସାହୁ, ପିକେ ସେଠ ପ୍ରମୁଖ ଭଦ୍ରାପାଲି ଗାଁରେ ଚଢଉ କରିଥିଲେ। ଗାଁର ବବ୍ରୁବାହନ କ୍ଷେତୀଙ୍କ ନିକଟର ୭କେଜି ୩୫୦ ଗ୍ରାମ, କମ୍ପାଉଣ୍ଡର କ୍ଷେତୀଙ୍କ ଘରକୁ ୧୪ କେଜି ୩ଶହ ଗ୍ରାମ, ସଂକୀର୍ତ୍ତତ କ୍ଷେତୀଙ୍କ ନିକଟରୁ ୧୫ କେଜି ଓ ରାମଚନ୍ଦ୍ର କ୍ଷେତୀଙ୍କ ନିକଟରୁ ୯କେଜି ୫ଶହ ଗ୍ରାମ ଗଂଜେଇ ଜବତ କରାଯାଇଥିଲା। ଏହି ଗଂଜେଇ ମାପ ଓ ଓଜନ କଲା ବେଳେ ମାଜିଷ୍ଟ୍ରେଟ୍‌ ଭାବେ ପୁଇଁନ୍ତଳା ତହସିଲଦାର ଗୁଣମଣି ସୁନାନୀଙ୍କ ସହ ପୁଇଁନ୍ତଳା ଥାନା ଅଧିକାରୀ ଜତିନ୍ଦ୍ର ଦାସ ଉପସ୍ଥିତ ଥିଲେ। ଗିରଫ ଚାରି ଜଣଙ୍କୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe