କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କାନୁଟ ଉପରପଡାରେ ଏକ ଘରେ ପରିବାର ୫ଜଣ ଓ ଜଣେ ପଡୋଶୀ ୬ ଜଣ ବସି ଟିଭି ଦେଖୁଥିଲେ। ତେବେ ରୋଷେଇ ଘର ପାଖରେ ଏମାନେ ସମସ୍ତେ ବସି ଟିଭି ଦେଖୁଥିବା ବେଳେ ଘଟିଛି ଅଘଟଣ। ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ୬ଜଣ ଗୁରୁତର ଭାବେ ଜଳିଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ। ଭୈରବୀ ଅଦାବରିଆ, ଭାନୁମତି ଅଦାବରିଆ, ଦୀପ୍ତି ଅଦାବରିଆ, ଭାଗ୍ୟ ଅଦାବରିଆ, ମାଲତି ମହାକୁର, ମହେଶ୍ବର ଅଦାବରିଆ ବୋଲି ଜଣାପଡିଛି। ଗୁରୁତର ୪ ଜଣଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଗ୍ୟାସ ସିଲିଣ୍ଡର ଫାଟି ୬ ଗୁରୁତର
Advertisment
Follow Us