ଧଣ୍ଡାମୁଣ୍ଡା: ଖପ୍ରାଖୋଲ ଥାନା ଅନ୍ତର୍ଗତ ପାଚେର ଗାଁର ୧୩ ଏକର ୫୦ ଡେସିମିଲ ଜମିଚଞ୍ଚକତା କରି ବିକ୍ରୟ ଘଟଣାରେ ୭ଜଣ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଖପ୍ରାଖୋଲ ତହସିଲ ଅଧୀନ ପାଚେର ଗାଁର ବାଲାଜୀ ସାହୁ ଓ ତାଙ୍କ ପୁଅ ଟିକେଚନ ସାହୁଙ୍କ ଚାଷ ଜମିର ମିଛ ଉତ୍ତରାଧିକାରୀ ପ୍ରମାଣ ପତ୍ର ବରଗଡ଼ଜିଲ୍ଲା ସୋହେଲା ତହସିଲ କାର୍ଯ୍ୟାଳୟରୁ ବାହାର କରି ଜମି ବିକ୍ରୟ କରିଥିବା ଅଭିଯୋଗ ପରେ ପୁଲିସ ୭ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ୫ ଜଣଙ୍କୁ ନୋଟିସ କରି ଛାଡ଼ି ଦେଇଥିବା ସୂଚନା ମିଳିଛି। 

Advertisment

ବରଗଡ଼ ଜିଲ୍ଲା ସୋହେଲା ଥାନା ତବଡ଼ା ଗ୍ରାମର ଗୋବିନ୍ଦ ସାହୁ ଓ ଝର ଗ୍ରାମର କସ୍ତୁରୀ ସାହୁ ଖପ୍ରାଖୋଲ ତହସିଲ ଅଧୀନ ପାଚେର ଗ୍ରାମର ଟିକେଚନ ସାହୁଙ୍କ ଖାତା ନମ୍ବର ୬୧ ଜମିର ଉତ୍ତରାଧିକାରୀ ପ୍ରମାଣପତ୍ର ବରଗଡ଼ ଜିଲ୍ଲା ସୋହେଲା  ତହସିଲ ରେ ନିର୍ମାଣ କରିଥିଲେ । ନିର୍ମାଣ କରିସାରିଲା ପରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସୁଶାନ୍ତ କୁମାର ବିଶ୍ବାଳ (୪୫)ଙ୍କ ପାଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ମିଛ ପ୍ରମାଣ ପତ୍ର ଓ ମିଛ ଉତ୍ତରାଧିକାରୀ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଦେଖାଇ ଜମି ବିକ୍ରୟକରିଥିଲେ ।

ଜମି ମାଲିକ ପାଟଣାଗଡ଼ ରେଜିଷ୍ଟ୍ରି କାର୍ଯ୍ୟାଳୟ ଓ ଖପ୍ରାଖୋଲ ଥାନା ପୁଲିସର ଦ୍ଵାରସ୍ଥ ହୋଇଥିଲେ

Landmine Explosion ଲାଣ୍ଡମାଇନ ବିସ୍ଫୋରଣରେ ସିଆରପିଏଫ୍ କୋବ୍ରା ବାଟାଲିୟନର ସହାୟକ କମାଣ୍ଡାଣ୍ଟ ଗୁରୁତର

ଉକ୍ତ ଘଟଣା ବିଷୟରେ ଜମି ମାଲିକ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପାଟଣାଗଡ଼ ରେଜିଷ୍ଟ୍ରି କାର୍ଯ୍ୟାଳୟ ଓ ଖପ୍ରାଖୋଲ ଥାନା ପୁଲିସର ଦ୍ଵାରସ୍ଥ ହୋଇଥିଲେ। ପୁଲିସ ଘଟଣାର ତଦନ୍ତ କରି ମୁଖ୍ୟ ଆସାମୀ କସ୍ତୁରୀ ସାହୁ, ପଦ୍ମପୁର ଥାନା ଅନ୍ତର୍ଗତ ଲୁହୁରକୋର୍ଟ ଗ୍ରାମର ଜଦୁନନ୍ଦ ସାହୁ , ଢୋଲବନ୍ଦ ଜୁଲାପ ସାହୁ , ସୋହେଲା ଥାନା ଅନ୍ତର୍ଗତ ତବଡା ଗ୍ରାମର ଗୋବିନ୍ଦ ସାହୁ ଓ ଅନ୍ୟମାନେ ୨୮ ଲକ୍ଷ ୮୧ ହଜାର ୬୫ ଟଙ୍କା ଠକେଇ କରିଥିଲେ । ଉକ୍ତ ଘଟଣାରେ ପୁଲିସ ଆସାମୀମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି।