୭୦ ହଜାର ଟଙ୍କାର ଶାଳ କାଠ ସହ ୨ ଗାଡ଼ି ଜବତ, ୩ ଗିରଫ

Advertisment
୭୦ ହଜାର ଟଙ୍କାର ଶାଳ କାଠ ସହ ୨ ଗାଡ଼ି ଜବତ, ୩ ଗିରଫ

ଗୁଡ଼ଭେଲା : ବଲାଙ୍ଗୀର ଜିଲ୍ଲା ତୁଷୁରା ନିକଟ ତେଲନଦୀ ପୋଲ ଉପରେ ତନଖି ଚାଲିଥିବା ବେଳେ ବନବିଭାଗ ବିପୁଳ ପରିମାଣରେ ଶାଳ କାଠ ଜବତ କରିଛି । ଚୋରା ଚାଲାଣରେ ବ୍ୟବହୃତ ଦୁଇଟି ଗାଡ଼ି ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି।

ବିଭାଗୀୟ ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମସିଣାଗୁଡ଼ାରୁ ବିପୁଳ ପରିମାଣରେ କାଠ ଚୋରା ଚାଲାଣ ହେଉଥିବା ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ବଲାଙ୍ଗୀର ଡିଏଫଓ ସମୀର ଶତପଥୀ ବଲାଙ୍ଗୀର ରେଞ୍ଜ ଅଧିକାରୀ ବିଜୟ ଖୁଣ୍ଟିଆଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲେ। ଶନିବାର ମଧ୍ୟରାତ୍ରିରେ ଏହି ଟିମ ତେଲ ନଦୀ ପୋଲ ଉପରେ ଛକି ରହିଥିଲା। ଗୁଡ଼ଭେଲା ପଟରୁ ଆସୁଥିବା ଗୋଟିଏ ବଲେରୋ ପିକ୍‌ଅପ୍‌ ଭ୍ୟାନ ଓ ଟାଟା ୨୦୭ ପିକ୍‌ଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଉଭୟ ଗାଡ଼ିରେ ଶାଳ ଚୌକାଠ ଥିବା ଜଣାପଡ଼ିଥିଲା। ମୋଟ ୧୨୦ ଖଣ୍ଡ କାଠର ମାପ ୭୦ ସିଏଫ୍‌ଟି ହୋଇଥିବା ବେଳେ ଏହାର ବଜାର ଦର ୭୦ ହଜାର ଟଙ୍କା ଆକଳନ କରାଯାଇଛି। ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ କାଠର ମାଲିକ ତୁଷୁରା ଥାନା ଅନ୍ତର୍ଗତ ଚିଞ୍ଚେଡ଼ ଗ୍ରାମର ବିଶିକେଶନ ରଣା(୪୮), ବଲେରୋ ପିକ୍‌ଅପ ଭ୍ୟାନ (ଓଆର ୦୩ ସି ୧୩୦୧)ର ମାଲିକ ତଥା ଚାଳକ ତୁଷୁରାର ରମଜାନ ମହମ୍ମଦ(୫୪) ଓ ଟାଟା ୨୦୭ ପିକ୍‌ଅପ୍‌ ଭ୍ୟାନ (ଓଆର ୧୫ କ୍ୟୁ ୫୫୩୯)ର ମାଲିକ ତଥା ଚାଳକ ବଡ଼ବାହାଲର ବିରାଟ ରଣା(୪୦)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe