ବସ୍‌, ବାଇକ୍‌ ମୁହାଁମୁହିଁ ଧକ୍କା; ଘଟଣାସ୍ଥଳରେ ୨ ମୃତ

Advertisment
ରୋଲରକୁ ଧକ୍କା ଦେଲା ସ୍କର୍ପିଓ; ଜଣେ, ମୃତ ୫ ଗୁରୁତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ମୁଖ୍ୟ ରାସ୍ତାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଏକ ବସ ଓ ବାଇକ ଧକ୍କା ହୋଇ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣ‌ାରେ ବାଇକରେ ଯାଉଥିବା ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରକୁ ଯାଉଥିବା ଏକ ବସ୍‌ ଜୟ ମାତା ଦିବସ ରାମପୁର ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିବା ବେଳେ ବିପରୀତ ଦିଗରୁ ଏକ ବାଇକଟି ଆସି ପିଟି ହୋଇଥିଲା। ଏହି ବାଇକ୍‌ରେ ତୁଷୁରା ଥାନା ନୂଆପଡା ଗ୍ରାମର ଅସିତ ମେହେର( ୨୭) ଓ ମଳୟ ମନହୀରା(୨୪) ଏକ ବାହାଘରରେ ଯୋଗ ଦେବା ପାଇଁ ପାଟଣାଗଡ଼ ଆଡ଼େ ଯାଉଥିଲେ।

ପାଟଣାଗଡ଼ ରାମପୁର ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ବସ୍‌ ଓ ବାଇକ୍ ଧକ୍କା ‌ହେବା ଫଳରେ ବସର ଡାହାଣ ପାର୍ଶ୍ବ ଭାଙ୍ଗି ଭିତରକୁ ପଶି ଯାଇଥିଲା। ତେବେ ବାଇକରେ ବସିଥିବା ଦୁଇ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଲା।

ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଥିବା ଜଣାପଡିଛି। ବସ ଡ୍ରାଇଭର ଘଟଣାସ୍ଥଳରୁ କେଉଁଆଡ଼େ ଫେରାର ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe