ଟିକିରିପଡ଼ାରେ ବିଦ୍ୟୁତ୍‌ ବିଭ୍ରାଟ: ଗ୍ରିଡ୍‌ ଆଗରେ ମହିଳାଙ୍କ ଧାରଣା

Advertisment
ଟିକିରିପଡ଼ାରେ ବିଦ୍ୟୁତ୍‌ ବିଭ୍ରାଟ: ଗ୍ରିଡ୍‌ ଆଗରେ ମହିଳାଙ୍କ ଧାରଣା

ତୁଷୁରା: ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ମହିଳାମାନେ ତୁଷୁରା ବିଦ୍ୟୁତ୍‌ ଗ୍ରିଡ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ପ୍ରକାଶ ଯେ, ଟିକିରିପଡ଼ାସ୍ଥିତ ତୋଷାଳୀ ସ୍କୁଲ ସମ୍ମୁଖରେ ଲାଗିଥିବା ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲା। ଫଳରେ ଟିକିରିପଡ଼ାର ଗୋଟିଏ ପାର୍ଶ୍ୱ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଥିଲା। ତେବେ  ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି କରାଯାଇ ନଥିବାରୁ ଅସନ୍ତୋଷ ଦେଖାଦେଇଥିଲା।

ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ସମୟରେ ଏଭଳି ବିଭାଗୀୟ ଅବହେଳାକୁ ସ୍ଥାନୀୟ ବାସିନ୍ଦା ନାପସନ୍ଦ କରିଥିବା ବେଳେ ମହିଳାମାନେ ଗ୍ରିଡ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ରବିବାର ଛୁଟି ଥିବାରୁ ମରାମତି ହୋଇପାରିଲା ନାହିଁ, ଆସନ୍ତାକାଲି ଟ୍ରାନ୍ସଫର୍ମର ଠିକ୍ କରାଯିବ ବୋଲି ବିଭାଗୀୟ କର୍ମଚାରୀ କହିବା ପରେ ମହିଳାମାନେ ଧାରଣାରୁ ଉଠିଥିଲେ। ଅନ୍ୟପକ୍ଷରେ ସୋମବାର ଠିକ୍ କରାନଗଲେ ପୁଣି ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe