ସ୍କୁଲରେ ତାଲା ମାରିଲେ, ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

Advertisment
ସ୍କୁଲରେ ତାଲା ମାରିଲେ, ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଚଟୁଅନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା। ତାଲା ମାରି ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ୩୯୩ ଛାତ୍ରୀଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେପୁଟେସନ କରାଯାଇଛି। ଜଣେ ଶିକ୍ଷୟତ୍ରୀ ନୋ ୱାର୍କ ନୋ ପେ ଅଛନ୍ତି। ଏଭଳି ସ୍ଥିତିରେ ଦଶମ ଶ୍ରେଣୀ ଏବଂ ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀମାନେ କେମିତି ପାଠ ପଢିବେ।

ଡେପୁଟେସନକୁ ପ୍ରତ୍ୟାହାର କରିବା ସହ ନୋ ୱାର୍କ ନୋ ପେ ରେ ଥିବା ଶିକ୍ଷୟତ୍ରୀଙ୍କ ସ୍ଥାନରେ ଅନ୍ୟ ଶିକ୍ଷୟତ୍ରୀ ନିଯୁକ୍ତ କରିବା ଦାବି ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି। ଜାତୀୟ ରାଜପଥ କଡ଼ରେ ଏହି ବିଦ୍ୟାଳୟ ଥିବା ଯୋଗୁ ଆନ୍ଦୋଳନରତ ଛାତ୍ରୀଛାତ୍ରୀମାନଙ୍କୁ ପାଇଁ ରାସ୍ତାରେ ଗାଡ଼ିମୋଟର ଯିବା ଆସିବା ଅସୁବିଧା ହେଉଛି। ସ୍ଥାନୀୟ ପୁଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣରେ କରୁଛନ୍ତି। ତାଲା ବନ୍ଦ କରି ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିବା ବେଳେ ଜଣେ ସିଆରସିସି ଆସି ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଅଧିକାରୀଙ୍କ ଦେଖାନାହିଁ। ଏହି ଆନ୍ଦୋଳନରେ ସ୍କୁଲ ପରିଚାଳନା କମିଟି ସମେତ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe