ବଲାଙ୍ଗୀର: ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ, ଦଳିତଙ୍କ ଘରେ ଭୋଜନ କଲେ ଅମିତ ଶାହା

Advertisment
ବଲାଙ୍ଗୀର: ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ, ଦଳିତଙ୍କ ଘରେ ଭୋଜନ କଲେ ଅମିତ ଶାହା

ବଲାଙ୍ଗୀର: ଦୁଇ ଦିନିଆ ମିଶନ ପଶ୍ଚିମ ଓଡିଶା ଅଭିଯାନରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଗାଁରେ ବୁଲିଛନ୍ତି। ଲୋକଙ୍କୁ ଦେଖା କରିବା ସହିତ ସ୍ଥାନୀୟ ଅଞ୍ଚଳର ସମସ୍ୟା ବିଷୟରେ ଶାହା ପଚାରି ବୁଝିଛନ୍ତି। ଏପରିକି ନଳକୂପ ପାଖକୁ ଯାଇ ସେ ପାନୀୟ ଜଳର ସ୍ଥିତି ପରଖିଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ଶାହା ପୁଣି ଥରେ ଗୁରୁବାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେପି ତରଫରୁ ବଲାଙ୍ଗୀରରେ ଅନୁଷ୍ଠିତ ଯୁବ ସମାବେଶରେ ସେ କହିଛନ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦଳିତଙ୍କ ଘରେ ଭୋଜନ କରିଛନ୍ତି। ବଲାଙ୍ଗୀର ଜିଲ୍ଲାର ଦେଓଗାଁ କଲେନୀପଡ଼ାରେ ମହେଶ୍ୱର ସୁନାଙ୍କ ଘରେ ଭୋଜନ କରିଛନ୍ତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ଓ ତାଙ୍କ ପତ୍ନୀ ସଙ୍ଗୀତା ସିଂଦେଓ। କାଠପତ୍ରରେ ତଳେ ବସି ଭୋଜନ କରିଛନ୍ତି ଏହି ସମସ୍ତ ନେତା। ଭୋଜନରେ ପ୍ରାୟ ୧୭ ପ୍ରକାର ବ୍ୟଞ୍ଜନ ଖାଇଛନ୍ତି। ତା ଭିତରେ ରହିଛି ଭାତ, ଡାଲି, ଟମାଟୋ ଖଟ୍ଟା, ସାଧା ତରକାରୀ। ଏହାସହ ୨ ପ୍ରକାର ଶାଗ, ୩ ପ୍ରକାର ବଡ଼ି, ୩ ପ୍ରକାର ଲଡୁ ଓ ଗହମ ଖିରିର ମଜା ନେଇଛନ୍ତି ଅମିତ ଶାହ।

publive-image

ସୂଚନାଯୋଗ୍ୟ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ ପଶ୍ଚିମ ଓଡିଶା ଅଭିଯାନରେ ବୁଧବାର ଭବାନୀପାଟଣାରେ ସମାବେଶ କରିବା ପରେ ଆଜି ବଲାଙ୍ଗୀରରେ ଯୁବ ସମାବେଶରେ ଶାହା ଯୋଗ ଦେଇଥିଲେ। ବିଜେପି ଯୁବ କର୍ମୀମାନଙ୍କୁ ଆଗାମୀ ର୍ନିବାଚନ ପାଇଁ ମନ୍ତ୍ରଣା ଦେଇଥିଲେ। ସେ ଭବାନୀପାଟଣାରେ ନବୀନ ପଟ୍ଟନାୟକ ସରକାର ଉପରେ ଜୋରଦାର ବର୍ଷିଥିଲେ। ଏହା ସହିତ ୨୦୧୯ରେ ଓଡିଶାରେ ବିଜେପି ସରକାର ଗଢ଼ିବ ବୋଲି ପୁଣି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ ସବୁଥିରେ ନବୀନ ସରକାର ବିଫଳ ହୋଇଥିବାରୁ ମୋଦିଙ୍କ ଉପରେ ଆସ୍ଥା ପ୍ରକଟ ପାଇଁ ଆହ୍ଵାନ ଦେଇଥିଲେ। ସେପଟେ ଦଳିତ ଆନ୍ଦୋଳନକୁ ନେଇ କହିଥିଲେ, କୌଣସି ପରିସ୍ଥିତିରେ ସଂରକ୍ଷଣ ହଟିବ ନାହିଁ କିମ୍ବା ହଟାଇବାକୁ ଦେବନାହିଁ ବିଜେପି ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe