ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କଣ୍ଟାବାଞ୍ଜିର ଅନୀଲ

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କଣ୍ଟାବାଞ୍ଜିର ଅନୀଲ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପାଖ ଗାଁ କୁକୁଡାହାଡର ଅନୀଲ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। ଅନେକ ଦିନର ପରିଶ୍ରମ ପରେ ୧୮ବର୍ଷ ବୟସ୍କ ଏହି ବାଳକ କମାଲ ଦେଖାଇଛନ୍ତି। ଗାଁରେ ପାଠପଢା ସହ ନିଜ ନାଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ (ମାକ୍ସିମମ୍ ସଙ୍ଗସ୍ ପ୍ଲେଡ୍ ଅନ୍ କିବୋର୍ଡ ୟୁଜିଙ୍ଗ୍ ଫୋରହେଡ୍ ଆଣ୍ଡ ନୋଜ୍ ବାଏ ଏ ଟିନ୍)ରେ ସାମିଲ କରିଛନ୍ତି ଅନୀଲ।

publive-image
କଣ୍ଟାବାଞ୍ଜି ସହରରୁ ମାତ୍ର ଦୁଇ କିମି ଦୂର କୁକୁଡାହାଡ ଗାଁର ଅନୀଲ କୁମାର ସରାଫ ହେଉଛନ୍ତି ଜଣେ ଚାଷୀ ଘରର ପୁଅ। ବାପା ଚାଷ କାମ କରି ପୁଅମାନଙ୍କୁ ପାଠ ପଢାଉଛନ୍ତି। ସାନ ପୁଅ ଅନୀଲ। ପାଠପଢାରେ ଭଲ। ପ୍ରଥମେ ସେ କୁକୁଡାହାଡ ଗାଁରେ ହିଁ ପାଠପଢା ଆରମ୍ଭ କରି ସ୍କୁଲ ପାଠ ସାରିଥିଲେ। ପରେ ନୁଆପଡା ଜିଲ୍ଲାର ନହଗାଁରେ ପାଠ ପଢିଛନ୍ତି। ଯୂକ୍ତ ଦୁଇ କଳାରେ ସେ କଣ୍ଟାବାଞ୍ଜି କେଭି ଡିଗ୍ରି କଲେଜରେ ପାଠ ପଢିଥିବା ବେଳେ ଏବେ ମଧ୍ୟ ସେ କଲେଜରେ ପାଠ ପଢୁଛନ୍ତି। ତାଙ୍କ ପାଠପଢାକୁ ଛାଡି ଦେଲେ ପିଆନୋ ବଜାଇବା ଆରମ୍ବ କରିଥିଲେ। ଗତ ଦୁଇ ବର୍ଷ କରୋନା ପାଇଁ ଘରେ ରହି ଏହାକୁ ସେ ସବୁଦିନ ଅଭ୍ୟାସ କରିବା ସହ ସେ ଦିନକୁ ୫ଘଣ୍ଟା ଲେଖାଏଁ ଏଥିରେ ସମୟ ଦେଉଥିଲେ। ୟୁଟ୍ୟୁବରେ ଅନେକ ଭିଡିଓ ଦେଖିଲା ପରେ ସେ ଏହି କଳାକୁ ଇଣ୍ଡିଆ ବୁକ ଅଫ୍ ରେକର୍ଡସରେ ସ୍ଥାନ ପାଇବା ପାଇଁ ପ୍ରୟାସ କରିଥିଲେ। ସାଙ୍ଗମାନଙ୍କଠାରୁ ପ୍ରେରଣା ପାଇବା ସହ ପରିବାରର ସହଯୋଗରେ ସେ ପିଆନୋ( କ୍ୟାସିଓ) ନିଜ ନାକ ଓ କପାଳରେ ବିଭିନ୍ନ ପ୍ରକାରର ଗୀତ ବଜାଇବାରେ ସଫଳ ହୋଇଛନ୍ତି।

ଅନୀଲ ସମ୍ବଲପୁରୀ, ହିନ୍ଦୀ, ଦେଶଭକ୍ତି ଆଦି ମଧୁର ଗୀତର ଧୂନ୍ ସବୁ ନାକ ଓ କପାଳ ସାହାଯ୍ୟରେ ବଜାଉଛନ୍ତି। ତାଙ୍କର ଏହି କଳାକୁ ଦେଖି ଅନେକ ପିଲା ଏବେ ତାଙ୍କ ଘରକୁ ତାଙ୍କୁ ଭେଟିବା ପାଇଁ ପହଞ୍ଚି ଯାଉଛନ୍ତି। ପରିବାରରେ ଆଉ ଦୁଇ ଭଉଣୀ ଓ ବାପାମା’ ଥିବା ବେଲେ ଅନୀଲକୁ ପରିବାର ସଦସ୍ୟ ଶୁଭକାମନା ଦେବା ସହ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ନିଶା ରଖି ଆଜି ସେ ରେକର୍ଡ ହାସଲ କରିଥିବାରୁ ତାକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଥମ ପ୍ରୟାସରେ ହିଁ ଅନୀଲ ଏହି ରେକର୍ଡ ନିଜ ନାଁ ରେ କରିନେଇଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe