କଣ୍ଟାବାଞ୍ଜି: ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତର ପ୍ରଦେଶ ଅଞ୍ଚଳର କିଛି ଫେରିବାଲା ନିଜ ପେଟ ପାଟଣା ପାଇଁ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ କଣ୍ଟାବାଞ୍ଜି ତଥା ଆଖପାଖ ଅଞ୍ଚଳରେ କମ୍ବଳ ବିକ୍ରି କରିବା ଆସିଛନ୍ତି। ହେଲେ କଣ୍ଟାବାଞ୍ଜି ସହର ନିକଟସ୍ଥ ଖାଟୁଶ୍ୟାମ ମନ୍ଦିର ପାଖରେ ବିକ୍ରମ ବଞ୍ଜାରା ନାମକ ଜଣେ ଫେରିବାଲା କଣ୍ଟାବାଞ୍ଜିରେ କମ୍ବଳ ବିକ୍ରି କରି ପନିପରିବା କିଣି ଧାମନଡଙ୍ଗା ରହୁଥିବା ଭଡ଼ାକମ୍ପ୍ଲେକ୍ସକୁ ଯାଉଥିଲେ। ଫେରିବାଲା ଘରେ ପହଞ୍ଚିବା ପୂର୍ବରୁ ୩ ଜଣ ଦୁର୍ବୃତ୍ତ ଲୁଟ୍ ଉଦ୍ଦେଶ୍ୟରେ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଫେରିବାଲାଙ୍କ ବାମ କାନ୍ଧରେ ଗଭୀର ଆଘାତ ଲାଗିଥିଲା। ଫେରିବାଲାଙ୍କ ଠାରୁ ୫ ହଜାର ଟଙ୍କା ଏବଂ ମୋବାଇଲ ଲୁଟ କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଫେରିବାଲାଙ୍କ ଅନ୍ୟ ସାଥୀମାନେ କୌଣସି ମତେ କେଏଚବିଆର ପାଇଁ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଫେରିବାଲାଙ୍କୁ ଉଦ୍ଧାର କରିବା ସହ ଲୁଟେରାମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ।
୩ ଜଣଙ୍କୁ ମଧ୍ୟରୁ ୨ ଜଣ ଲୁଟେରା ଫେରାର ହେବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ କାବୁ କରି ଲୁଟ ହୋଇଥିବା ସାମଗ୍ରୀ ଦୁର୍ବୃତ୍ତ ଠାରୁ ନେଇ କଣ୍ଟାବାଞ୍ଜି ଥାନାରେ ଜିମା ଦେଇଥିଲେ। ତେବେ ଏନେଇ ବିକ୍ରମ ବଞ୍ଜାରା କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହିପରି ଆଜି ଦିନ ଦ୍ଵିପ୍ରହରରେ କଣ୍ଟାବାଞ୍ଜି ବସଷ୍ଟାଣ୍ଡ ରେ ଜଣେ ଯାତ୍ରୀ ବସରେ ବସିଥିବା ବେଳେ ଜଣେ ଚୋର ପର୍ସ ଲୁଟି ଫେରାର ହେଉଥିବା ବେଳେ ବସଷ୍ଟାଣ୍ଡରେ ଥିବା କିଛି ଲୋକ ଚୋରକୁ କାବୁ କରିବାକୁ ଚେଷ୍ଟା ହେଲେ ଚୋର ପର୍ସକୁ ଫିଙ୍ଗି ଦେଇ ଫେରାର ମାରିଥିଲା । ଏଭଳି ଘଟଣା ଏବେ କଣ୍ଟାବାଞ୍ଜିରେ ଚର୍ଚ୍ଚାର ବିଷୟ ହୋଇଛି।
Follow Us