ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଦେଓଗାଁ: ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡି ଅଧୀନସ୍ଥ ବିଳାସପୁର ଗାଁରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବରେ କିଛି ଲୋକ ଆକ୍ରମଣ କରି ରକ୍ତାକ୍ତ ଅବସ୍ଥାରେ ପକାଇ ଦେବାରୁ ଗୁରୁତର ଯୁବକଙ୍କୁ ପୁଲିସ ଉଦ୍ଧାର କରି ଭୀମ ଭୋଇ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ପ୍ରକାଶ ଥାଉକି ବିଳାସପୁର ଗାଁରେ ବିଜେପି କର୍ମୀ ପିତାମ୍ବର ପଧାନଙ୍କ ଭାଇ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସୋମବାର ସକାଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ଦାହ କରି ପରିବାର ଲୋକେ ଘରେ ଶୋକରେ ଥିଲେ। ହେଲେ ରାତି ୯ଟା ସମୟରେ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇଥିବା ଯୁବକ ଜଣକ ଗୋଟିଏ ଗାଡ଼ିର ଦର୍ପଣ ଭାଙ୍ଗିଦେଇଥିଲେ। ଏଥିଲାଗି ପରିବାରର ଲୋକଙ୍କୁ ଗାଳିଗୁଲଜ କରିବାରୁ ଉତ୍ତକ୍ଷିପ୍ତ ହୋଇ କିଛି ଲୋକ ଆକ୍ରମଣ କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ରାସ୍ତା ଉପରେ ପକାଇ ଚାଲିଯାଇଥିଲେ।

ପରେ ପରିବାର ଲୋକେ ପୁଲିସକୁ ଖବର ଦେଇ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ବଲାଙ୍ଗୀର ଡାକ୍ତରଖାନାକୁ ନେଇଥିବା ଗାଁ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ବନ୍ଧପଡ଼ା ଫାଣ୍ଡି ଅଧିକାରୀ ଏସ ଦୋରାଙ୍କୁ ପଚାରିବାରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି ଓ ଏପର୍ଯ୍ୟନ୍ତ ଲିଖିତ ଅଭିଯୋଗ ହୋଇ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe