ପୁଲିସ ପକ୍ଷରୁ ସାଇବର ଲୁଟକୁ ନେଇ ସଚେତନତା

Advertisment
ପୁଲିସ ପକ୍ଷରୁ ସାଇବର ଲୁଟକୁ ନେଇ ସଚେତନତା

ଦେଓଗାଁ: ଦେଓଗାଁ ପୁଲିସ ପକ୍ଷରୁ ଦୁଇଟି ସ୍ଥାନରେ ସାଇବର ଲୁଟକୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ପୁଲିସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଦିନରୁ ବାହାରିଥିବା ସାଇବର ସଚେତନତା ରଥ ଦେଓଗାଁରେ ପହଞ୍ଚିବା ପରେ ଦେଓଗାଁ ଯୁକ୍ତ ଦୁଇ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟଠାରେ ଏକସଚେତନ ଶିବିର ଅନୁଷ୍ଠିତ ହୋଇଥିଲା। ଆସିଥିବା କଳାକାରମାନେ ନାଟକ ମାଧ୍ୟମରେ ସାଇବର କ୍ରାଇମରୁ କେମିତି ଭାବରେ ଲୁଟ ହେଉଛନ୍ତି ତାର ପ୍ରଦର୍ଶନ କରି ଏଥିରୁ କେମିତି ଭାବରେ ବର୍ତ୍ତିବେ ତା’ଉପରେ ସଚେତନ କରିଥିଲେ।

publive-image

ଏହି କାର୍ଯ୍ୟକ୍ରମରେ କଲେଜ ଦେଓଗାଁ ବ୍ଳକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଦେଓଗାଁ କଲେଜ ଅଧ୍ୟକ୍ଷ ଉପମନ୍ୟୁ ବାଗ ଅତିଥି ଭାବରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ପୁଲିସ ଡିପିଓ ଜ୍ୟୋସ୍ନା ରାଣୀ ବେହେରା, ଦେଓଗାଁ ଆଇ ଆଇ ସି ତାରାବତୀ ପ୍ରଧାନ, ଏସଆଇ ମନୋଜ ମୁଣ୍ଡା, ଏ ଏସଆଇ ସୁଚିତ୍ର ଛତ୍ରିଆ, ମନୋଜ ମିଶ୍ର, ଅବିନାଶ ଦୀକ୍ଷିତ, ସୁଦର୍ଶନ ଦୋରା, ରଶ୍ମିତା ସାହୁଙ୍କ ସହ ପୁଲିସ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe