ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି: କଣ୍ଟାବାଞ୍ଜିରେ ଅଖଚକ ବନ୍ଦ

Advertisment
ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି: କଣ୍ଟାବାଞ୍ଜିରେ ଅଖଚକ ବନ୍ଦ

କଣ୍ଟାବାଞ୍ଜି: ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ। ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି  ପକ୍ଷରୁ ଏହି  ମହାବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପଡ଼ିଛି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରରେ। ସହର ତଥା ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଅଞ୍ଚଳରେ ଅଖଚକ, ଦୋକାନ ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ପ୍ରତିଷ୍ଠାନ ବନ୍ଦ ଥିବା ବେଳେ ଜରୁରୀକାଳୀନ ସେବା ଚାଲୁରହିଛି। ଏହି ବନ୍ଦ ଡାକରାକୁ ସହରର ବିଭିନ୍ନ ସଂଗଠନ ମଧ୍ୟ ସହଯୋଗ କରୁଛନ୍ତି।

ସ୍ଥାନୀୟ ଇନ୍ଦିରା ଛକ ଠାରେ ରାସ୍ତା ଅବରୋଧ କରି ଟାୟାର ଜାଳି ପ୍ରତିବାଦ କରିଛନ୍ତି କୋଶଲ ମୁକ୍ତି ମୋର୍ଚ୍ଚାର ସଂଗଠନ। ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଥିବାରୁ ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି କରି ଆଜି ଏହି  ମହାବନ୍ଦ ଡାକରା ଦିଆଯାଇଥିବା ସୂଚନା ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ମୁତୟନ ରହିଛନ୍ତି ଏଥିରେ ଉପସଭାପତି କୋଶଲ ମୁକ୍ତି ମୋର୍ଚ୍ଚା କଣ୍ଟାବାଞ୍ଜି ଶାଖାର ରାଜୁ ବାରିକ, ସଭାପତି ରଞ୍ଜନ ମହାପାତ୍ର, ପ୍ରଦୀପ ବାଗ, କାହ୍ନ ଦୀପ, ସମେତ ଅନେକ ସଦସ୍ୟ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe