ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା - ରାୟପୁର ୧୬ ନମ୍ବର ରାଜ୍ୟ ରାଜପଥର ଶୁଣ୍ଢିମୁଣ୍ଡା ନିକଟରେ ସୋମବାର ରାତିରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ଖବର ହସ୍ତଗତ ହୋଇଛି। ଗତ ରାତିରେ ଭୁର୍ଶାଗୁଡା ଗ୍ରାମର ବିଜୟ ବନଛୋର ନିଜ ଗାଁରୁ ବାଇକ୍ ନମ୍ବର ଓଡି ୦୩ ଏବି ୧୫୯୯ ରେ ବଙ୍କାପୁର ପଟକୁ କୌଣସି କାମରେ ଯାଉଥିବା ବେଳେ ଏକ ବ୍ରେକ ଡାଉନ୍ ହୋଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ ନମ୍ବର ସିଜି ୦୪ ଏନ୍ ଏଚ ୮୬୧୧ର ପଛପଟେ କୌଣସି କାରଣରୁ ପିଟି ହୋଇଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସିନ୍ଧେକେଲା ଥାନା ଆଇଆଇସି ବସନ୍ତ ଦଲାଇଙ୍କ ଠାରୁ ସୁଚନା ମିଳିଛି।
ଠିଆ ହୋଇଥିବା ଟ୍ରକକୁ ପିଟିଲା ବାଇକ୍, ଆରୋହୀ ମୃତ
Advertisment
Follow Us