ଦୋକାନ ବାହାରେ ଥିବା ବାଇକକୁ ଜଳିଦେଲେ ଦୁର୍ବୃତ୍ତ, ସିସିଟିଭିରେ ଦୃଶ୍ୟ କଏଦ

ଦୋକାନ ବାହାରେ ଥିବା ବାଇକକୁ ଜଳିଦେଲେ ଦୁର୍ବୃତ୍ତ, ସିସିଟିଭିରେ ଦୃଶ୍ୟ କଏଦ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହର ବେହେରାପଡାର ଏକ ଦୋକାନ ବାହାରେ ଥିବା ବାଇକକୁ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ବିଳମ୍ବିତ ରାତିର ହୋଇଥିବା ବେଳେ ବାଇକ ଜଳା ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ସ୍ଥାନୀୟ ଥାନାରେ ବାଇକ ମାଲିକ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳରେ ପୁଲିସ ଏଯାଏ ପହଞ୍ଚି ନାହିଁ । ପୁର୍ବ ଶତ୍ରୁତା ଯୋଗୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ବାଇକ ମାଲିକଙ୍କ କହିବା ଅନୁସାରେ ତାଙ୍କର ଡିଜେ ସାଉଣ୍ଡ ବେପାର ଥିବାରୁ ରାତିରେ ସେ ଏକ ବିବାହ ଉତ୍ସବରେ ଥିଲେ । ପୂର୍ବରୁ ସେହି ପଡ଼ାର ଜଣେ ଯୁବକ ତାଙ୍କ ବାଇକ୍‌ ଜାଳିବାକୁ ଧମକ ଦେଇଥିଲେ। ବିବାହରୁ ଫେରିବା ପରେ ବାଇକ ମାଲିକ ଘରକୁ ଆସି ଦେଖିଥିଲେ ଯେ ସଂପୂର୍ଣ୍ଣ ରୂପେ ତାଙ୍କ ଗାଡ଼ିଟି ଜଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe