ନଭେମ୍ବର ୧ରେ ବଲାଙ୍ଗୀର ଦିନ୍‌

Advertisment
ନଭେମ୍ବର ୧ରେ ବଲାଙ୍ଗୀର ଦିନ୍‌

ବଲାଙ୍ଗୀର: ଆସନ୍ତା ନଭେମ୍ବର ୧ ତାରିଖ ପାଳନ ହେବ ବଲାଙ୍ଗୀର ଦିନ୍। ଏନେଇ ସ୍ଥାନୀୟ ପିପି ଏକାଡେମି ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଦିନ ଆୟୋଜକ କମିଟି ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଦିନ ହେବାକୁଥିବା କାର୍ଯ୍ୟକ୍ରମ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି। ଆସନ୍ତା ୨୬ ଅକ୍ଟୋବରରୁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବ। ସେହିପରି ୨୬ ତାରିଖରେ ସଚେତନ ନାଗରିକଙ୍କୁ ନେଇ ଏକ ଆଲୋଚନାଚକ୍ର, ୨୭ରେ ସଂପୂର୍ଣ୍ଣ ଅନୁଷ୍ଠାନ ପକ୍ଷରୁ ଶଙ୍ଖ ଫୁକା, ମେହେନ୍ଦି ଓ ଆର୍ଟ ଏବଂ କ୍ରାଫ୍ଟ, ୨୮ରେ ହୁଲାହୁଳି ଓ ରଙ୍ଗୋଲି ପ୍ରତିଯୋଗିତା, ୨୯ରେ ସମଲେଇ ମନ୍ଦିର ଆଳତୀ କମିଟି ପକ୍ଷରୁ ଡ୍ୟାନ୍ସ, ଆମର ପିନ୍ଧନ ଉଢନ (ରେମ୍ପ ସୋ) ପ୍ରତିଯୋଗିତା, ଛୋଟଛୁଆଙ୍କ ଫେନ୍‌ସି ଡ୍ରେସ, ୩୦ରେ ନାରୀଶକ୍ତି ପକ୍ଷରୁ ଭଉଣୀଙ୍କ ପାଇଁ ଆମର ପିଠାମଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆୟୋଜନ କମିଟି ତରଫରୁ ସୂଚନା ଦିଆଯାଇଛି।

ଏହା ବ୍ୟତୀତ ୧ ନଭେମ୍ବର ସକାଳ ୯ଟାରେ କଳାକାରମାନଙ୍କୁ ନେଇ ଏକ ସାଂସ୍କୃତିକ ଶୋଭାଯାତ୍ରା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀ, ବିଧୁଭୂଷଣ ତ୍ରିପାଠୀ, ଲୋଟସ ଷଡ଼ଙ୍ଗୀ, ବୁଲୁ ଦାନୀ, ଦିନେଶ ଶର୍ମା ଏବଂ ବିନୋଦ କାଳସାଏ ପ୍ରମୁଖ ମଞ୍ଚାସୀନ ଥିଲେ। ବିକାଶ ସା, ସୋମନାଥ ମିଶ୍ର, ଅଙ୍କୁଶ ପାଣ୍ଡିଆ, ବିବେକା ପଟେଲ, ହରିଓମ ପଟେଲ, ମୁନା ପଟନାୟକ, ଲୋପନ ମିଶ୍ର, ଅଙ୍କିତ ସାହୁ, ରଜତ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe