ବଲାଙ୍ଗୀର ମେଡିକାଲ କଲେଜ ଓ ଡାକ୍ତରଖାନା: ୭ ମାସ ପରେ ଆଇସିୟୁରେ ସଫେଇ

Advertisment
ବଲାଙ୍ଗୀର ମେଡିକାଲ କଲେଜ ଓ ଡାକ୍ତରଖାନା: ୭ ମାସ ପରେ ଆଇସିୟୁରେ ସଫେଇ

ବଲାଙ୍ଗୀର: ଅବ୍ୟବସ୍ଥାର ଅନ୍ୟନାମ ବଲାଙ୍ଗୀର ମେଡିକାଲ କଲେଜ। ୭ ମାସ ପରେ ପ୍ରଥମ ଥର ପାଇଁ ବୁଧବାର ରାତିରେ ବଲାଙ୍ଗୀର ମେଡିକାଲର ସର୍ଜରି ବିଭାଗରେ ଥିବା ଆଇସିୟୁକୁ ସଫା କରାଯାଇଛି। ଆସନ୍ତା ୨୯ ତାରିଖରେ ରାଜ୍ୟପାଳଙ୍କ ବଲାଙ୍ଗୀର ଗସ୍ତ ଥିବାରୁ ମେଡିକାଲ କର୍ତୃପକ୍ଷ ଛାନିଆଁ ହୋଇ ଏଭଳି ତରବରିଆ ଭାବେ ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ସର୍ଜରି ବିଭାଗର ଆଇସିୟୁ ଠିକ୍‌ ହେବା ପରେ ସେଠାକୁ ମେଡିସିନ୍‌ ବିଭାଗର ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ଏନେଇ ବୁଧବାର ସନ୍ଧ୍ୟାରୁ ହିଁ ସର୍ଜରି ବିଭାଗର ଆଇସିୟୁ ଖାଲି କରିବାକୁ କିଛି ନର୍ସ ରୋଗୀଙ୍କୁ ନିର୍ଦେଶ ଦେଇଥିଲେ। ରାଜ୍ୟପାଳ ଆସିବେ ବୋଲି ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ। ସ୍ଥାନାନ୍ତର ହୋଇଥିବା ରୋଗୀଙ୍କ ପାଇଁ ମେଡିକାଲରେ ଅବ୍ୟବହୃତ ଭାବେ ଅନ୍ୟ ଏକ ଆଇସିୟୁର ବ୍ୟବସ୍ଥା କରାଯାଇଥିବା ବେଳେ ୨ରୁ ୩ ଜଣ ରୋଗୀଙ୍କୁ ଉକ୍ତ ସୁବିଧା ମିଳିପାରି ନଥିବା ଜଜଣାପଡ଼ିଛି। ଏନେଇ ମେଡିକାଲ ଅଧୀକ୍ଷକ ଡା. ଡା. ନାରାୟଣ ଆଚାର୍ଯ୍ୟଙ୍କୁ ପଚାରିବାରେ ସେ ୭ ମାସ ହେବ ଆଇସିୟୁ ସଫା ହୋଇ ନଥିବା କଥା ସ୍ବୀକାର କରିଥିବା ବେଳେ ମେଡିସିନ୍‌ ବିଭାଗର ଆଇସିୟୁ ଅବସ୍ଥା ଆହୁରି ଅଧିକ ଶୋଚନୀୟ ହୋଇଛି, ତେଣୁ ଏହା ସଫା ହେବା ପରେ ଉକ୍ତ ରୋଗୀଙ୍କୁ ଏଠାକୁ ସ୍ଥାନାନ୍ତର କରାଯିବ ଓ ମେଡିସିନ ଆଇସିୟୁ ସଫା ହେବ ବୋଲି ସେ କହିଥିଲେ। ଗୁରୁତର ରୋଗୀମାନେ ଆଇସିୟୁରେ ଭର୍ତି ହେଉଥିବା ବେଳେ ସେମାନଙ୍କର ସ˚କ୍ରମଣ ହେବାର ଅନେକ ଆଶ˚କା ରହିଥାଏ। କିନ୍ତୁ ମେଡିକାଲ କଲେଜରେ ସ୍ଥିତି ହିଁ ସେଇୟା ବୋଲି ଡା.ଆଚାର୍ଯ୍ୟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe