ବଡ଼ଭାଇର ଜୀବନ ନେଲା ମଝିଆଁ: କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଫେରାର

Advertisment
ବଡ଼ଭାଇର ଜୀବନ ନେଲା ମଝିଆଁ: କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଫେରାର

କଣ୍ଟାବାଞ୍ଜି: ମଝିଆଁଭାଇ ବଡ଼ଭାଇର ଜୀବନ ନେଲା । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କନ୍ଦେଇ ଗାଁରେ। କନ୍ଦେଇ ଗାଁର ଚେରୁ ବାଗଙ୍କ ବଡ଼ ପୁଅ ଫୁଲ ପ୍ରସାଦ ବାଗକୁ ହତ୍ୟା କଲା ତାର ମଝିଆଁଭାଇ ତିଳକ ଚନ୍ଦନ ବାଗ। ଘଟଣାସ୍ଥଳରେ ତୁରେକେଲା ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ଘଟଣାରୁ ପ୍ରକାଶ, ହତ୍ୟାକାରୀ ମଝିଆଁଭାଇ ତିଳକ ଚନ୍ଦନ ୨୦୧୯ ମସିହାରେ ନାଗପୁରକୁ କାମ କରିବାକୁ ଯାଇଥିବା ବେଳେ ସେଠି ଏକ ହତ୍ୟା ମାମଲାରେ ଜେଲ ଯାଇଥିଲା। ସପ୍ତାହେ ହେବ ତିଳକ ଗାଁକୁ ଫେରିଛି। ଚେରୁ ବାଗଙ୍କ କହିବା ଅନୁସାରେ ଦୁଇ ଭାଇ କାଲି କୌଣସି କାମରେ ଖଡ଼ିଆଳ ଯାଇଥିଲେ । ସେଠାରୁ ରାତି ଫେରି ଘରେ ଖାଇ ଶୋଇଥିଲେ। ସକାଳେ ମଝିଆ ଭାଇ ତିଳକ ଶୌଚ ଯାଇଥିବା ବେଳେ କିଛି ସମୟ ପରେ ବଡ଼ ଭାଇ ମଝିଆଁଭାଇ ଫୁଲ ପ୍ରସାଦ ପହଞ୍ଚିଥିଲା। ଦୁଇ ଭାଇଙ୍କ ଦୀର୍ଘ ସମୟ ଧରି କଥାବାର୍ତ୍ତା ଚାଲିଥିବା ବେଳେ କୌଣସି କଥାକୁ ନେଇ ଦୁଇଭାଇଙ୍କ ଭିତରେ ଝଗଡ଼ା ହେଲା। ଏଥିରେ ଉତକ୍ଷିପ୍ତ ହୋଇ ମଝିଆଁଭାଇ ତିଳକ ବଡ଼ଭାଇଙ୍କୁ ହତ୍ୟାକରି ନଳାରେ ଫିଙ୍ଗି ଦେଇ ଶବକୁ ଜଗିଥିଲା।

ତୁରରକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ହତ୍ୟାକାରୀ ଫେରାର ହୋଇଥିଲା। ତେବେ ନିଜ ବଡ଼ଭାଇକୁ କାହିଁକି ମଝିଆଁଭାଇ ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe