ଭିଟାମାଟିରୁ ଉଚ୍ଛେଦ ପାଇଁ ନୋଟିସ:ବୁଡ଼ି ଅଞ୍ଚଳରେ ଅସନ୍ତୋଷ

Advertisment
ଭିଟାମାଟିରୁ ଉଚ୍ଛେଦ ପାଇଁ ନୋଟିସ:ବୁଡ଼ି ଅଞ୍ଚଳରେ ଅସନ୍ତୋଷ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ୨୯ଟି ଗାଁ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ବେଳେ ୧୪ଟି ଗାଁ ସଂପୂର୍ଣ୍ଣ ଓ ୧୫ଟି ଆଂଶିକ। ଦୁଇ ଦଶନ୍ଧି ଧରି ପ୍ରକଳ୍ପକୁ ନେଇ ସନ୍ଦେହ ଲାଗି ରହିଥିବା ବେଳେ ଗତ କିଛି ବର୍ଷ ହେଲା ପ୍ରକଳ୍ପ କାମ ଆରମ୍ଭ ହୋଇଛି। ପ୍ରକଳ୍ପ କାମକୁ ଲୋକେ ବିରୋଧ କରୁ ନଥିବା ବେଳେ ଉଚିତ କ୍ଷତିପୂରଣ ଦେବା ଜିଦ୍‌ରେ ଅଡ଼ି ବସିଛନ୍ତି। ଏଭଳି ପରିସ୍ଥିତିରେ ୨୦୧୩ ବିସ୍ଥାପିତ କ୍ଷତିପୂରଣ ନିୟମ ଅନୁସାରେ ଲୋକଙ୍କୁ ସହାୟତା ଦେବାକୁ ଦାବି ହେଉଛି। ଏଥିରେ ରାଜ୍ୟ ସରକାର ବି ସହମତ ହୋଇଛନ୍ତି।

ନିକଟରେ ଜଳସଂପଦ ସଚିବ ପ୍ରକଳ୍ପ କାମ ତ୍ୱରାନ୍ଵିତ କରିବା ସହ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ପରଧିଆପାଲି ମୌଜା ଅନ୍ତର୍ଗତ ବାରପୁଡୁଗିଆ ଗାଁରେ ଲୋକଙ୍କୁ ଘର ଛାଡିବାକୁ ନୋଟିସ୍‌ ଦିଆଯାଇଛି। ସେମାନଙ୍କୁ କ୍ଷତିପୂରଣ ଟଙ୍କା ଦିଆଯାଇଥିବା ବେଳେ ଜାଗା ଛାଡୁ ନାହାନ୍ତି। ତେଣୁ ନୋଟିସ୍‌ ପାଇବା କ୍ଷଣି ଜମି ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ବୁଡି ଅଞ୍ଚଳରେ ପ୍ରବଳ ବିରୋଧ କରାଯାଇଛି। କେଉଁ ଲୋକ କେତେ ଟଙ୍କା ପାଇବ ତାହା ସ୍ପଷ୍ଟ କରାଯାଉ ନାହିଁ। କିଛି କିଛି ଟଙ୍କା ଦେଇ ଲୋକଙ୍କୁ ଭିଟାମାଟିରୁ ହଟାଇବା ଯୋଜାନକୁ ସାକାର କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe