ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲଜୁରୀ ଗ୍ରାମଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚାଇବାବେ ସକ୍ଷମ ହୋଇଛନ୍ତି ଅଗ୍ନିଶମ ବିଭାଗ।
ରେଙ୍ଗାଲଜୁରୀ ଗାଁର ଧୁବଲ ବରିହାଙ୍କ ଜମିରେ ୪୦ ଫୁଟର ଏକ ପକ୍କା କୂଅ ରହିଛି। ଗାଈ ବଳଦ ଚରିବା ପାଇଁ ତାଙ୍କ ଜମିକୁ ଆସି ଚରୁଥିବା ବେଳେ ଏକ ବଳଦ କୂଅ ଭିତରେ ପଡିଯାଇଥିଲା । କୂଅ ଭିତରେ ବଳଦଟି ପଡ଼ିଯାଇଥିବା ଖବର ପାଇ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। କୂଅ ଭିତରେ ପଡିଥିବା ବଳଦକୁ ଉଦ୍ଧାର କରିବା ପାଇଁ ଗାଁ ଲୋକେ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସେମାନେ ଦମକଳ ବାହିନୀକୁ ଏ ସମ୍ପର୍କରେ ଖବର ଦେଇଥିଲେ।
ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ପ୍ରାୟ ଦେଢରୁ ଦୁଇ ଘଣ୍ଟା ପରେ ବଳଦକୁ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ପାଟଣାଗଡ଼ ଅଗ୍ନିଶମ ବିଭାଗର ଇନ୍ଦ୍ରଜିତ ଭୋଇ, କମଳ ମେହେର, ଭୀଷ୍ମଦେବ ମାଝୀ, ବୀରେନ୍ଦ୍ର ମିର୍ଦ୍ଧା, ସରୋଜ କୁମାର ସା ଓ ଗଗନ ବିହାରୀ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ।
Follow Us