ବଲାଙ୍ଗୀର: ବଲାଙ୍ଗୀର ଭାଗିରଥି ଛକ ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦିଲଦାର ଓ କିଙ୍ଗଫିସର ବସ ମଧ୍ୟରେ ଦୁର୍ଘଟଣା ଘଟିବାରୁ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଛି।
ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ବସ ନବରଙ୍ଗପୁରରୁ ଆସୁଥିବାବେଳେ ଗୋଟିଏ ବସ ଅନ୍ୟଟିକୁ ଓଭରଟେକ୍ କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।
Follow Us