Greater Kashmir
ବଲାଙ୍ଗୀର: ଜାତୀୟ ରାଜପଥ-୫୭ର ବଲାଙ୍ଗୀର-ସୋନପୁରର ଗଇଁତଳା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ରାସ୍ତାକଡ଼ରେ ଠିଆ ହୋଇଥିବା ହାଇୱାକୁ ଭାରସାମ୍ୟ ହରାଇ ପିଟିଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ ଦିଲ୍ଖୁସ ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ଯାତ୍ରୀମାନଙ୍କୁ ନେଇ ମାଲକାନଗିରି ଅଭିମୁଖେ ଯାଉଥିଲା। ଏହି ସମୟରେ ଗଇଁତଲା ନିକଟରେ ଏକ ହାଇୱା ରାସ୍ତାକଡ଼ରେ ଠିଆ ହୋଇଥିଲା। ବସ୍ଟି ଭାରସାମ୍ୟ ହରାଇ ହାଇୱା ପଛରେ ପିଟି ହୋଇଥିଲା।
Follow Us