ତୁଷୁରା: ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଲକ ଅନ୍ତର୍ଗତ ନୂଆପଡ଼ା ପଞ୍ଚାୟତ ନୂଆପଡ଼ା ଗାଁରେ ଗୁରୁବାର-ଶୁକ୍ରବାର ରାତିରେ ଘଟିଥିବା ଅଘଟଣ ଏକ ସାଧାରଣ ଚାଷୀ ପାଇଁ ଜୀବନର ସଞ୍ଚିତ ସ୍ଵପ୍ନକୁ ଜାଳି ଦେଇଛି। ଗାଁର ଜଣେ ଭାଗଚାଷୀ ବୈରାଗୀ ଭୋଇଙ୍କ ୫ ଏକର ଜମିରେ ଚାଷ କରି ଧାନ ସବୁକୁ ଗୋଟେ ଜାଗାରେ ରଖିଥିଲେ। ଗତ ରାତିରେ ଦୁର୍ବୃତ୍ତ ଆସି ସବୁତକ ଧାନ ଜାଳି ଦେଇଛନ୍ତି। ଏହି ଘଟଣା ଗ୍ରାମ ସମାଜରେ ଭାରୀ ଚାପ ଓ ଚିନ୍ତା ସୃଷ୍ଟି କରିଛି। ବୈରାଗୀ ଭୋଇ ଜଣେ ଭଲ ଚାଷୀ ଭାବରେ ଗ୍ରାମରେ ପରିଚିତ। ସେ ଖରିଫ ଋତୁରେ ୫ ଏକର ଜମିରେ ଧାନ ଚାଷ କରିଥିଲେl ସେ ସେହି ଧାନ କାଟି ଜମିପାଖରେ ରଖି ଥିଲେ। ମଧ୍ୟରାତ୍ରି ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗେଇ ଚାଷୀଙ୍କ ସମସ୍ତ ଧାନକୁ ଜଳାଇ ଦେଇଛନ୍ତି। ଅଗ୍ନିଶମ ବିଭାଗ ସକାଳେ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଆୟତ୍ତ କରିଥିଲାl
ଗୁଡଭେଲା ଅଗ୍ନିଶମ ବିଭାଗର ଦଳ ତତ୍କ୍ଷଣାତ ପହଞ୍ଚି ରାତିର ଅଗ୍ନିକାଣ୍ଡରେ ଜଳୁଥିବା ଧାନ ସବୁକୁ ନିୟନ୍ତ୍ରଣରେ ଆଣିଥିଲା। କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ଅଧିକାଂଶ ଧାନ ଜଳି ଖାକ ହୋଇଯାଇଥିଲା। ଅଗ୍ନିଶମ କର୍ମୀମାନଙ୍କ କହିବା ଅନୁସାରେ ନିଆଁଟି ଅତ୍ୟଧିକ ତୀବ୍ର ଥିଲା ଓ ବାୟୁର ବେଗ ଥିବାରୁ ଅଗ୍ନି ଶୀଘ୍ର ବିସ୍ତାର ପାଇଛି। ସମୟରେ ତତ୍ପରତା ସାହାଯ୍ୟ ବିନା ଧାନର ବିଶାଳ ହାନି ରୋକିବା ଅସମ୍ଭବ ହୋଇପଡ଼ିଥିଲା।
ଆହୁରି ପଢ଼ନ୍ତୁ: Paddy Smuggling: ପିକ୍ଅପ୍ ଭ୍ୟାନ୍ରେ ମକା ମଂଜି ସହ ବାହାରକୁ ଧାନ ଚାଲାଣ
ପାଉଁଶ ହୋଇଗଲା ଆଶା
ପୀଡ଼ିତ ଚାଷୀ ବୈରାଗୀ ଭୋଇ କହିଛନ୍ତି ‘ଏହି ଧାନ ମୋ ବର୍ଷର ସବୁଠୁ ବଡ଼ ଆଶା ଥିଲା ଚାଷ ପାଇଁ ମୁଁ ରୁଣ ନେଇଥିଲି ଏବେ ସବୁକିଛି ନିଆଁରେ ପାଉଁଶ ହୋଇଗଲା। କେମିତି ରୁଣ ଦେବି ଏବେ ଜାଣି ନାହିଁ। ସେ ଅଧିକ କହିଛନ୍ତି ଯେ ଧାନ ସଂଗ୍ରହ କରିରଖିବା ପରେ ସେ ବିକ୍ରି କରିବା ଯୋଜନାରେ ଥିଲେ। କିନ୍ତୁ ଏହି ଘଟଣା ସେଠାର ସମସ୍ତ ସ୍ଵପ୍ନକୁ ନଷ୍ଟ କରିଦେଲା। ବୈରାଗୀଙ୍କ ପରିବାର ସଦସ୍ୟମାନେ ମଧ୍ୟ ଚିନ୍ତାରେ ଯାପନ କରୁଛନ୍ତି। ଘରେ ଥିବା ଜଣେ ସଦସ୍ୟ କହିଛନ୍ତି ଏମିତି ଦୁଷ୍କର୍ମୀମାନେ ଗାଁ ମଧ୍ୟରେ ଗୋଟିଏ ଚାଷୀଙ୍କ ଜୀବନକୁ ଏପରି ଭାବରେ ନଷ୍ଟ କରିଦେଲେ ଏହା ବହୁତ ବଡ଼ ଅନ୍ୟାୟ କରିଛନ୍ତି ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି। ନୂଆପଡ଼ା ପଞ୍ଚାୟତ ଅଧୀନରେ ଥିବା ତୁଷୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହା ନେଇ ଅନେକ ସନ୍ଦେହ ଉପୁଜିଛି। କିଛିର ମତ ଅନୁସାରେ ଗ୍ରାମ ମଧ୍ୟରେ କିଛି ପୁରୁଣା କଳହ ଓ ମତଭେଦ ନିମନ୍ତେ ଏହି ଘଟଣା ଘଟିଥିବା ସମ୍ଭାବନା ରହିଛି। ପୁଲିସ ଏହି ସବୁ ଦିଗକୁ ଖୋଜି ଦେଖୁଛି।
ଆହୁରି ପଢ଼ନ୍ତୁ: Fraud: ପାକ୍ସ ସଂପାଦକ ଗିରଫ, ଗରିବ ଚାଷୀଙ୍କ ଠାରୁ ଆତ୍ମସାତ୍ କରିଥିଲେ ଟଙ୍କା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/21/paddy-catches-fire-2025-11-21-18-48-15.jpg)