କେରମେଲି ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ତଦନ୍ତ ଆରମ୍ଭ କଲା ବ୍ଲକ ପ୍ରଶାସନ

Advertisment

ଉନ୍ନୟନ ପାଣ୍ଠିର କାଗଜପତ୍ର ମିଳୁନି

ଉନ୍ନୟନ ପାଣ୍ଠିର କାଗଜପତ୍ର ମିଳୁନି

କେରମେଲି ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ତଦନ୍ତ ଆରମ୍ଭ କଲା ବ୍ଲକ ପ୍ରଶାସନ

CNBC.com

ସଇନ୍ତଳା : ସଇନ୍ତଳା ବ୍ଲକ୍‌ କେରମେଲି ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବ୍ଲକ୍‌ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ହେଲେ ବିଭିନ୍ନ ଉନ୍ନୟନ ପାଣ୍ଠିର ହିସାବ ନାହିଁ କିମ୍ବା କୌଣସି କାଗଜପତ୍ର ବି ମିଳୁ ନାହିଁ।

ପ୍ରକାଶ ଯେ, ଏହି ପଞ୍ଚାୟତର ଗତ ମେ ୨୦୨୦ ପୂର୍ବରୁ କ୍ୟାସ୍‌ବୁକ, ଉନ୍ନୟନ କାମର କାଗଜ ପତ୍ର ସମେତ ବହୁ ଗୁରୂତ୍ୱପୂର୍ଣ୍ଣ କାଗଜ ପତ୍ର ମିଳୁନଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ସଇନ୍ତଳା ବିଡିଓ ଦେବାଶିଷ ସାମଲ ଗ୍ରାମପଂଚାୟତ ଅଧିକାରୀ ଲକ୍ଷ୍ମଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଦଳକୁ ତଦନ୍ତ ପାଇଁ ପଠାଇଥିଲେ। ତଦନ୍ତ ସମୟରେ ଅଭିଯୋଗକାରୀ ତଥା ବର୍ତ୍ତମାନର ନିର୍ବାହୀ ଅଧିକାରୀ ରୁଦ୍ରଧର ବାଗ ଏବଂ ପୂର୍ବରୁ ଦାୟିତ୍ୱରେ ଥିବା ରୁଦ୍ରାକ୍ଷ ଥପା ଉପସ୍ଥିତଥିଲେ। କିନ୍ତୁ ରୁଦ୍ରାକ୍ଷ ଥପାଙ୍କ ପରେ ଦାୟିତ୍ୱ ନେଇଥିବା ଆନନ୍ଦ ପ୍ରଧାନ ଅନୁପସ୍ଥିତ ଥିଲେ। ଏ ସଂପର୍କରେ ତଦନ୍ତକାରୀ କମିଟି ବିଡିଓଙ୍କୁ ଜଣାଇଥିଲେ। ଆନନ୍ଦ ପ୍ରଧାନଙ୍କୁ ପଂଚାୟତର ସମସ୍ତ କାଗଜ ପତ୍ର ଦାଖଲ କରିବା ପାଇଁ ବିଡିଓଙ୍କ କାର୍ଯ୍ୟାଳୟ ତରଫରୁ ଅନେକଥର ଚିଠି ମାଧ୍ୟମରେ ଜଣାଇଥିଲେ ମଧ୍ୟ ସେ କୌଣସି ତଥ୍ୟ ଦେଉନଥିବା ଜଣାଯାଏ। ଫଳରେ ବିଡିଓ ଶ୍ରୀ ସାମଲ ଆନନ୍ଦ ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାର କୋଡିଏ ଦିନ ବିତିଯାଇଥିଲେ ମଧ୍ୟ ଉତ୍ତର ଦେଇନାହାନ୍ତି। ବିଡିଓ ଏହାର ତଦନ୍ତ ରିପୋର୍ଟ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି।

ସେହିଭଳି ସଇନ୍ତଳା ଏସ୍‌ବିଆଇ ଶାଖା ଜରିଆରେ ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ରେ ଏହି ପଞ୍ଚାୟତ କରିଥିବା ଦେଣନେଣର ହିସାବ ମାଗିଥିଲେ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ୨୦୧୯-୨୦ର ହିସାବ ଦେଇ ପୂର୍ବ ଦୁଇବର୍ଷର କିଛି ସୂଚନା ଦେଇ ପାରିନଥିବା ଗ୍ରାମ ପଂଚାୟତ ଅଧିକାରୀ ଲକ୍ଷ୍ମଣ ପ୍ରଧାନଙ୍କ ସୂତ୍ରରୁ ପ୍ରକାଶ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ମେ ମାସ ୨୭ ତାରିଖ ଦିନ ରୁଦ୍ରଧର ବାଗ କେରମେଲି ପଂଚାୟତର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ। କିନ୍ତୁ ବହୁ ମାସ ଧରି ପଂଚାୟତର କୌଣସି କାଗଜ ପତ୍ର ପୂର୍ବ ନିର୍ବାହୀ ଅଧିକାରୀ ଆନନ୍ଦ ପ୍ରଧାନ ହସ୍ତାନ୍ତର କରୁନଥିବାରୁ ପଂଚାୟତ କାର୍ଯ୍ୟ ତୁଳାଇବାରେ ଅସୁବିଧା ହେଉଥିବା ଦର୍ଶାଇ ବିଡିଓଙ୍କଠାରେ ଅଭିଯୋଗ କରିଥିଲେ। ଏହାର ଭିଜିଲାନ୍ସ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe