"ଶାଶୁଙ୍କୁ ମାଡ଼ମାରିଲେ ବୋହୂ....ଭି.ଡି.ଓ ଭାଇରାଲ"

Advertisment
"ଶାଶୁଙ୍କୁ ମାଡ଼ମାରିଲେ ବୋହୂ....ଭି.ଡି.ଓ ଭାଇରାଲ"

twitter

ବଲାଙ୍ଗୀର: ଝିଅଟିଏ ଶାଶୁଘରକୁ ଯାଇ ନୂଆ ସଂସାର ଆରମ୍ଭ କରିଥାଏ । ମା ବଦଳରେ ଶାଶୁ ଏବଂ ବାପା ବଦଳରେ ଶ୍ୱଶୁରଙ୍କୁ ପାଇଥାଏ। କିନ୍ତୁ ବେଳେବେଳେ କୌଣସି ଘଟଣାକୁ ନେଇ ବୋହୂ ଓ ଶାଶୂଙ୍କ ଭିତରେ ଦେଖାଦିଏ ବିବାଦ। ଆଉ ଘଟିଯାଏ ମହାଭାରତ। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ସହର ବରପାଲିପଡାରେ ।

ଜଣେ ବୋହୂ ନିଜ ଶାଶୁଙ୍କୁ ନିସ୍ତୁକ ମାଡ଼ମାରୁଥିବାର ଭିଡିଓ ଏବେ ଭାଇରାଲ। ସବୁଜ ରଂଗର ଶାଢୀ ପିନ୍ଧିଥିବା ବୋହୂ ହଲଦିଆ ରଂଗର ଶାଢୀ ପିନ୍ଧିଥିବା ଶାଶୁଙ୍କୁ କେମିତି ଘୋଷାଡ଼ି ଘୋଷାଡ଼ି ମାଡ଼ମାରୁଛନ୍ତି। ଶାଶୁ ବୋହୂ ଠାରୁ ମୁକୁଳିବାକୁ ଚେଷ୍ଟା କଲେ ମଧ୍ୟ ମୁକୁଳିପାରୁନାହାନ୍ତି। ଭିଡିଓ ସଂର୍ପକରେ ତଦନ୍ତ କରିବାରୁ ଜଣାପଡିଛି ପୁରା ଘଟଣା।  ବରପାଲି ପଡାର ସାବିତ୍ରୀ ରାଉତଙ୍କ, ଦୁଇ ପୁଅ।

ବଡ଼ପୁଅଙ୍କର ମୃତ୍ୟୁ ହେବା ପରେ ବଡ଼ବୋହୂ ମଂଜୁଲତା ରାଉତ, ଶାଶୁ ସାବିତ୍ରୀ ଏବଂ ଦିଅରଙ୍କୁ ନିଜ ଘରୁ କାଢିଦେଇଛନ୍ତି । ଏବେ ମା ପୁଅ ବରପାଲିପଡାର ଝିଅ ଘରେ ରହୁଛନ୍ତି । ଆଜି ନିଜ ଘରେ ରହିଯାଇଥିବା କିଛି ଜିନିଷ ଆଣିବା ପାଇଁ ଯାଇଥିଲେ ଶାଶୁ ସାବିତ୍ରୀ ॥ ଏହି ସମୟରେ ହଠାତ ମଂଜୁଲତା ନିଜ ଶାଶୁଙ୍କ ଉପରେ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ, ମଂଜୁଲତା କିଛି ସହଯୋଗୀ ମହିଳାଙ୍କୁ ଗୁଣ୍ଡା ଭାବରେ ଆଣି ଶାଶୁ ସାବିତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବଲାଙ୍ଗୀର ଟାଉନଥାନାରେ ବୋହୂର ନିର୍ଯ୍ୟାତନା ବିରୋଧରେ ଅଭିଯୋଗ କରିବା ପାଇଁ ସାବିତ୍ରୀ ଆସିଥିବା ବେଳେ ପୁଲିସ ମାମଲା ରଖିନଥିବା ଅଭିଯୋଗ ହୋଇଛି। ତେଣୁ ସାବିତ୍ରୀ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe