ମାଟି ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର: ପୁଲିସର ତଦନ୍ତ ଜାରି

Advertisment
ମାଟି ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର: ପୁଲିସର ତଦନ୍ତ ଜାରି

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ କେନକେବା ବ୍ରିଜ ନିକଟ ଲାହାନ୍ତ ନଦୀ ପଠାରୁ ଜଣେ ମହିଳାଙ୍କ ମୃତଦେହ ଠାବ କରାଯାଇଛି। ମାଟି ତଳୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ କେହି ତାଙ୍କୁ ହତ୍ୟା କରି ମାଟି ତଳେ ପୋତିଦେଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଆଜି ସକାଳେ ସ୍ଥାନୀୟ ଲୋକେ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ନଦୀପଠାରେ ମହିଳାଙ୍କ ଚୁଡ଼ି ଓ ଗୋଡ଼ ମୁଦି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ବେଲପଡ଼ା ଥାନା ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଏନେଇପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe