ବଲାଙ୍ଗୀର: ଘର ଭିତରୁ ନବବଧୂର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଯୌତୁକ ଜନିତ ହତ୍ୟା ସନ୍ଦେହ

ବଲାଙ୍ଗୀର: ଘର ଭିତରୁ ନବବଧୂର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଯୌତୁକ ଜନିତ ହତ୍ୟା ସନ୍ଦେହ

ମୁରିବାହାଲ(ବଲାଙ୍ଗୀର): ପ୍ରାୟ ୧୪ ମାସ ତଳେ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ଯୁବତୀ ଜଣକ ଆଜି ପ୍ରେଟ୍ରୋଲ ଓ ଦିଆସିଲିର ନିଅାଁରେ ଜୀବନ ଶେଷ କରିଛନ୍ତି। ଏଭଳି ଘଟଣା ବୁଧବାର ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ମୁରିବାହାଲ ଥାନା ପୁଲିସ ବୁଧବାର ସକାଳୁ ଏକ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ସତିଘାଟ ଗାଁର ରବି ନାରାୟଣ ସିଂହଙ୍କ ଘରେ ପହଞ୍ଚିଥିଲା। ସ୍ଥାନୀୟ ଲୋକେ କିଛି ଭାବିବା ପୂର୍ବରୁ ପୁଲିସ ରବି ନାରାୟଣଙ୍କ ଘର ପରିସରରୁ ଏକ କୋଠରି ଭିତରୁ ଗତ ବର୍ଷ ବିବାହ କରିଥିବା ବୋହୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ପୁଲିସ କହିଛି ମହିଳା ଜଣକ ପେଟ୍ରୋଲ ଢାଳି ନିଅାଁ ଲଗାଇ ହୋଇଛନ୍ତି ଅଥବା ତାଙ୍କୁ ମାରିଦେଇ ଏଭଳି ରୂପ ଦିଆଯାଇଛି। ତଦନ୍ତ ପରେ ସବୁ କଥା ଲୋକଲୋଚନକୁ ଆସିବ। ସନ୍ଦେହରେ ପୁଲିସ ବିବାହିତାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ପୁଲିସ କହିବା ଅନୁସାରେ ରବିନାରାୟଣ ମହାନ୍ତି ଓ ସତ୍ୟଭାମା ମହାନ୍ତିଙ୍କ ପୁଅ ଆଲୋକ ମହାନ୍ତି ୨୦୧୭ ମେ’ ମାସ ୭ରେ ବଲାଙ୍ଗୀର ସଦର ଥାନା ପୁଲିସ ଅନ୍ତର୍ଗତ ଉପରବାହାଲ ଗାଁର ଆନନ୍ଦ ମିଶ୍ର ଓ ଅସର୍ପିଙ୍କ ଝିଅ ସଞ୍ଜୁଲତା ମିଶ୍ର (୨୫)ଙ୍କୁ ବୈଦିକ ରୀତି ଅନୁସାରେ ବିବାହ କରିଥିଲେ। ବିବାହ ସମୟରେ କନ୍ୟା ପିତାଙ୍କ ପକ୍ଷରୁ ଯଥା ସମ୍ଭବ ଯୌତୁକ ଦିଆଯାଇଥିଲା।

publive-image

ସଞ୍ଜୁଲତାଙ୍କ ସ୍ୱାମୀ ଆଲୋକ ବିଦ୍ୟାଳୟମାନଙ୍କରେ ଅନ୍ଧବିଶ୍ୱାସ, କୁ-ସଂସ୍କାର ମୂଳକ ନୀତିବାଣୀ ଦିଅନ୍ତି। ସମାଜସେବାରେ ଅଧିକ ସମୟ ଦିଅନ୍ତି। ଏଥି ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନୀତ କରାଯାଇଛି। ଚାଷୀ ପରିବାର ଭିତରେ ବଢ଼ିଆସିଥିବା ଆଲୋକର ଆର୍ଥିକ ପରିସ୍ଥିତି ମଧ୍ୟ ସ୍ୱଚ୍ଛଳ ଥିବା ଜଣାପଡ଼ିଛି। ସଞ୍ଜୁଲତାଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡ଼ି ନଥିବା ବେଳେ ଆନନ୍ଦ ଓ ଅସର୍ପି ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଲିସ ମୃତଦେହକୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe