ରାଜ୍ୟ ଜୁନିୟର କବାଡି ଦଳରେ ଦେବକାନ୍ତ କଦମ

Advertisment
ରାଜ୍ୟ ଜୁନିୟର କବାଡି ଦଳରେ ଦେବକାନ୍ତ କଦମ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ଦେବକାନ୍ତ କଦମ ଓଡ଼ିଶା ରାଜ୍ୟ କବାଡି ଦଳରେ ଚୟନ ହୋଇଛି। ଆସନ୍ତା ମାର୍ଚ୍ଚ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ତେଲେଙ୍ଗାନା ସୂର୍ଯ୍ୟାପେଠ ଠାରେ ଅନୁଷ୍ଠିତ ହେବାକୁ ଥିବା ୪୭ତମ ଜାତୀୟ କନିଷ୍ଠ କବାଡି ପ୍ରତିଯୋଗିତାରେ ଦେବକାନ୍ତ ଓଡ଼ିଶା ରାଜ୍ୟ ତରଫରୁ ପ୍ରତିନିଧିତ୍ୱ କରିବେ।

ପ୍ରକାଶ ଥାଉକି, ଏହା ପୂର୍ବରୁ ମଧ୍ୟ ସେ ୫ ଥର ରାଜ୍ୟ ଦଳ ତରଫରୁ ଖେଳିଛନ୍ତି। ଦେବାକନ୍ତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହର ବଡ଼ପଡ଼ାର ବିଭୁଭୂଷଣ କଦମ ଓ ବିଜୟଲକ୍ଷ୍ମୀ କଦମଙ୍କ ଏକ ମାତ୍ର ପୁଅ। ରାଜ୍ୟ ଦଳରେ ତାଙ୍କର ଚୟନ ପାଇଁ ଜିଲ୍ଲା କ୍ରୀଡ଼ାସଂସଦ ତରଫରୁ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର ଓ ପ୍ରହ୍ଲାଦ ଶତପଥୀ, ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀ, ସହସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତ୍ରୁଘ୍ନ ସିଂହ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, କବାଡି ସମ୍ପାଦକ ବିଭୁତିଭୂଷଣ ପଣ୍ଡା ତଥା ସଦସ୍ୟମାନେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe