କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲ ଥାନା ସେମଲା ଗାଁ କେନ୍ଦେରକେଲା ପଡ଼ାରେ ଯୌତୁକ ନିର୍ଯାତନା ଯୋଗୁଁ ଗୋକୁଳ ମାଝୀଙ୍କ ସ୍ତ୍ରୀ ପୁଷ୍ପା ମାଝୀ (୧୯) ଶୁକ୍ରବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। କେନ୍ଦେରକେଲା ପଡ଼ାର କେତକି ମାଝୀଙ୍କ ପୁଅ ଗୋକୁଳ ମାଝୀ ଗତ ଫେବ୍ରୁଆରି ୪ ତାରିଖରେ ବାଞ୍ଜିିପାଲି ଗାଁର ସ୍ୱର୍ଗତ ଶତ୍ରୁଘନ ମାଝୀଙ୍କ ଝିଅ ପୁଷ୍ପାଙ୍କୁ ବିବାହ କରିଥିଲେ। ବିବାହ ପରେ ଅଧିକ ଯୌତୁକ ଦାବି କରି ଶାଶୂ ଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ଗୁୁୁରୁବାର ପୁଷ୍ପାଙ୍କ ବାପା ଓ ଅନ୍ୟମାନେ ଶାଶୂ ଘରକୁ ଆସି ଏ ନେଇ ଆଲୋଚନା ଫେରି ଯାଇଥିଲେ। ଶୁକ୍ରବାର ସକାଳେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଶାଶୂ ଘର ପକ୍ଷରୁ ବାପଘରକୁ ଖବର ଦିଆଯାଇଥିଲା। ତେବେ ବାପଘର ଲୋକେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଦେଖି ଝିଅର ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ପୁଷ୍ପାଙ୍କୁ ହତ୍ୟା କରାଯାଇଥିବା ବାପ ଘର ଲୋକେ ସନ୍ଦେହ କରୁଛନ୍ତି। ଖବର ପାଇ ତୁରେକେଲ ପୁଲିସ ଶବକୁ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ମାଜଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ତେବେ ଏହି ମାମଲରେ ପୁଲିସ ସ୍ୱାମୀ ଗୋକୁଳ, ଶ୍ୱଶୁର ଓ ଶାଶୂଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।
ଯୌତୁକ ନିର୍ଯାତନା, ନବବଧୂଙ୍କ ଆତ୍ମହତ୍ୟା
Advertisment
Follow Us