ଏକ୍ସପାଏରି ସାଲାଇନ ଦେବା ଘଟଣା:୩ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Advertisment
ଏକ୍ସପାଏରି ସାଲାଇନ ଦେବା ଘଟଣା:୩ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବଲାଙ୍ଗୀର: ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ଡାକ୍ତରଖାନାରେ ଏକ୍ସପାଏରୀ ସାଲାଇନ୍‌ ଦିଆଯିବା ଘଟଣାରେ ୩ ଜଣ ଷ୍ଟାଫନର୍ସଙ୍କ ବିରୋଧରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡାକ୍ତରଖାନାର ଶିଶୁ ରୋଗ ଓ୍ଵାର୍ଡର ଷ୍ଟୋର୍‌ ଦାୟିତ୍ୱରେ ଥିବା ଷ୍ଟାଫ୍‌ ନର୍ସଙ୍କ ସମେତ ୩ ଜଣ ଷ୍ଟାଫ୍‌ ନର୍ସଙ୍କୁ ଜିଲ୍ଲା ସରକାରୀ ମେଡିକାଲ କଲେଜ ଡାକ୍ତରଖାନାରୁ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୀପିକା ଛତ୍ରିଆଙ୍କୁ ଖପ୍ରାଖୋଲ ସିଏଚ୍‌ସି, ସୁବାସିନୀ କାଲସାଏଙ୍କୁ ତୁରେକେଲା ସିଏଚ୍‌ସି ଓ ରଂଜିତା ନାଗଙ୍କୁ ଘସିଏନ୍‌ ସିଏଚ୍‌ସିକୁ ବଦଳି କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜ୍ଞାନେନ୍ଦ୍ର ମିଶ୍ର ନିର୍ଦେଶ ଦେଇଛନ୍ତି। ଏହା ସହ ଏହି ଘଟଣାର ଯୁଗ୍ମ ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ପରେ ଆହୁରି ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଏମ୍‌ଓ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe