ଟିଟିଲାଗଡ଼: ମଙ୍ଗଳବାର ରାତିରେ ବଡମାଳ ସ୍ଥିତ ଗୋଳାବାରୁଦ କାରଖାନାର ଜଣେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହାକୁ ନେଇ ସଇନ୍ତଲା ଥାନାରେ ଏକ ମାମଲା ରୁଜୁ ହୋଇ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ ଗତ ଡିସେମ୍ବର ୩୧ ତାରିଖ ରାତିରେ କାରଖାନା ପରିସରରେ ଥିବା ଜୁନିୟର ଷ୍ଟାଫ୍ କ୍ଲବରେ ଗୁଡ ବାଏ ୨୦୧୭/େଓ୍ଵଲକମ ୨୦୧୮ ଶୀର୍ଷକ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ କିଛି ଯୁବକ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏହାକୁ କ୍ଲବର ସଂପାଦକ ନାରାୟଣ ସ୍ୱାମୀ ନାଇଡୁ ବିରୋଧ କରିବାରୁ ସଂପୃକ୍ତ ଯୁବକଙ୍କ ସହ ଉଚ୍ଚବାଚ ହୋଇଥିଲା। ତେବେ ଗତ ରାତିରେ କିଛି ଯୁବକ ନାଇଡୁ ରହୁଥିବା ଓଲ୍ଡ ଟାଇପ ୩ କ୍ୱାର୍ଟରରେ ପହଞ୍ଚି ତାଙ୍କୁ ରଡ ଓ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ଗୋଟିଏ ହାତ ମଧ୍ୟ ଭାଙ୍ଗି ଯାଇଥିବା ଜଣାଯାଇଛି। ଏହା ସହ ତାଙ୍କ କ୍ୱାର୍ଟର ପରିସରରେ ଥିବା ବାଇକ୍ଟି ମଧ୍ୟ ଭାଙ୍ଗି ଦେଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ପୁଲିସ ପୀଡିତଙ୍କ ଏତଲା ମୁତାବକ ସଇନ୍ତଲାରେ ମାମଲା ରୁଜୁ କରି ତଦନ୍ତ କରୁଛି। ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ଚିହ୍ନଟ କରାଯାଇ ସାରିଥିବା ବେଳେ ସମସ୍ତ ଅଭିଯୁକ୍ତ ଫେରାର ଥିବା ସଇନ୍ତଲା ଥାନାଧିକାରୀ ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us