ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଶିକ୍ଷୟିତ୍ରୀ ନକଲି!

Advertisment
ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଶିକ୍ଷୟିତ୍ରୀ ନକଲି!

ବଲାଙ୍ଗୀର: ସ୍କୁଲମାନଙ୍କୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି ରାଜ୍ୟ ସରକାର। କିନ୍ତୁ ଦଣ୍ଡମୁକ୍ତ ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିବାର ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ସହର ଇଛାପଡ଼ା ପ୍ରାଥମିକ ବିଦ୍ୟାଳୟରୁ।

ଗତ ସୋମବାର ଦିନ ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ସ୍କୁଲର ଶିକ୍ଷୟିତ୍ରୀ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଅଭିଭାବକମାନେ ସ୍କୁଲରେ ହଂଗାମା କରିଥିଲେ। ବର୍ତ୍ତମାନ ସ୍କୁଲକୁ ଶିକ୍ଷା ବିଭାଗର ଅଧିକାରୀ ତଥା ଡି.ସି.ପି.ୟୁ ଏବଂ ସି.ଡବ୍ଲୁ.ସି ଚେୟାରମ୍ୟାନ ଆସି ତଦନ୍ତ ଜାରି ରଖିଛନ୍ତି। ଖୋଳତାଡ଼ ପରେ ମାଡ଼ ମାରିଥିବା ଶିକ୍ଷୟିତ୍ରୀ ନକଲି ଜଣାପଡ଼ିଛି। ଶିକ୍ଷୟିତ୍ରୀଙ୍କୁ ଏକ ଏନ.ଜି.ଓ ନିଯୁକ୍ତି ଦେଇଥିବା ଜଣାଯାଇଛି। ସେ ୨୦୧୪ରୁ ପଢ଼ାଉଥିଲେ। ଏବେ ବି ସ୍କୁଲ ପରିସରରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe