Paddy mandi in Balangir. Photograph: (sambad.in)
ଖପ୍ରାଖୋଲ (ସରୋଜ ମିଶ୍ର): ‘ଚାଷ କାମ ଯାହାର, କେତେ ସୁଖ ତାହାର। ଚାଷୀ ସିନା ଯୋଗାଏ, ଜଗତକୁ ଆହାର।’ କିଛି ଦଶନ୍ଧି ପୂର୍ବରୁ ଚାଷୀଭାଇମାନେ ଏହା କହୁଥିଲେ। ଚାଷ କାମ କରି ପରିବାର ପୋଷିବାକୁ ନିଜର ପୁଅଝିଅମାନଙ୍କୁ ପରାମର୍ଶ ଦେଉଥିଲେ। ସେହି ସମୟରେ ଲୋକେ ଚାକିରିକୁ ପସନ୍ଦ କରୁନଥିଲେ। ଆଜିକାଲିର ଯୁବପିଢ଼ିଙ୍କ ଭଳି ଚାକିରି ପଛରେ ଗୋଡ଼ାଉ ନଥିଲେ। କିନ୍ତୁ ଏବେ ସମୟ ବଦଳିଛି। ଏକବିଂଶ ଶତାଦ୍ଦୀ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ସମୟ ପାଲଟିଛି। ପାରଂପରିକ ବୃତ୍ତି ପ୍ରତି ଯୁବପିଢ଼ି ମୁହଁ ଫେରାରଉଛନ୍ତି। ଫଳରେ କୃଷିକାର୍ଯ୍ୟ ସମେତ ଅଅନକ କୌଳିକ ବୃତ୍ତି ଘୋର ପ୍ରଭାବିତ ହୋଇଛି। ଏଥିରୁ ଚାଷୀ ମଧ୍ୟ ବାଦ୍ ପଡ଼ିନାହିଁ। ଚାଷୀମାନେ ଯନ୍ତ୍ରଣା ଭୋଗୁଛନ୍ତି। ସରକାରୀ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଚାଷୀଙ୍କ ଯନ୍ତ୍ରଣାକୁ ଦ୍ବିଗୁଣ କରିଦେଇଛି। ବଲାଙ୍ଗୀର ଜିଲ୍ଲା ଧଣ୍ଡାମୁଣ୍ଡା ପେକ୍ସରେ ଧାନ ବିକିବା ପାଇଁ ଚାଷୀମାନେ ହଇରାଣ ହେଉଥିବା ଅଭିଯୋଗ ଆସିଛି।
ଧଣ୍ଡାମୁଣ୍ଡା ପେକ୍ସରେ ଚାଷୀ ପଞ୍ଜୀକରଣ ଅନୁଯାଇ ଟୋକନ୍ ଆସୁନି। ଯଦି ବା କାହାର ଟୋକନ୍ ଆସିଛି, ହେଲେ ଧାନ ମଣ୍ଡିରେ କିଣାବିକା ଆରମ୍ଭ ନ ହେବାରୁ ଚାଷୀମାନେ ନିଜ ଧାନକୁ ମଣ୍ଡିରେ ପକାଇ ରଖିଛନ୍ତିI
୯୩୪ ଚାଷୀ ପଂଜୀକରଣ
ଧଣ୍ଡାମୁଣ୍ଡା ମଣ୍ଡି ଚଳିତ ବର୍ଷ ୯୩୪ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜୀକରଣ କରିଛନ୍ତି। ସେଥିରୁ ୨୨୬ଜଣଙ୍କର ଟୋକନ ଆସିଛି। ଏହି ଚାଷୀମାନେ ଗତ ତାରିଖ ମଣ୍ଡି ଉଦ୍ଘାଟନ ହେଲା ପରେ ଧାନ ବିକିବାର କଥା। ହେଲେ ଅଦ୍ୟାବଧି କୌଣସି ମିଲର ମଣ୍ଡିକୁ ଆସି ନାହାନ୍ତି, ଯାହା ଫଳରେ ଟୋକନ ପାଇ ଥିବା ଚାଷୀମାନେ ମଧ୍ୟ ଧାନ ବିକି ପାରିନଥିବାର ଜଣାପଡିଛି I ଅନେକ ଚାଷୀ ନଭେମ୍ବର ୧୫ତାରିଖ ଠାରୁ ହିଁ ମଧ୍ୟମଧରଣର ଧାନ ଅମଳ କରିସାରି ଥିବା ବେଳେ ମଣ୍ଡିରେ ଧାନ ବିକି ବାକୁ ଅପେକ୍ଷା କରି ରହିଥିଲେ। ହେଲେ ଧାନ ମଣ୍ଡି ଖୋଲିବାର ଦଶ ବାର ଦିନ ବିତିଛି। କୌଣସି ମିଲର ଧାନ କିଣି ବାକୁ ଆସୁନଥିବାରୁ ଧାନ ବିକିବାରେ ସମସ୍ୟା ସୃଷ୍ଟି ହୋଇଛିI
ଆହୁରି ପଢ଼ନ୍ତୁ: 150 Quintals Paddy Purchased କର୍ଲାମୁଣ୍ଡା ଠାରେ ଧାନ ମଣ୍ଡି ଉଦଘାଟିତ, ପ୍ରଥମ ଦିନରେ ୧୫୦ କୁଇଣ୍ଟାଲ ଧାନ କ୍ରୟ
ଟୋକନ ଦେବାକୁ ଦାବି
ବିଗତ ବର୍ଷଗୁଡ଼ିକରେ ଅଦ୍ୟାବଧି ଅଧାରୁ ଅଧିକାଂଶ ଚାଷୀଙ୍କ ଧାନ ମଣ୍ଡିରୁ ମିଲଗୁଡ଼ିକୁ ଯାଇସାରିଥିବା ବେଳେ ଚଳିତ ବର୍ଷ ବିଭିନ୍ନ ସମସ୍ୟା ଦେଖାଦେଇଛି କେତେବେଳେ ଟୋକନ ସମସ୍ୟା ତ କେତେବେଳେ ଟାର୍ଗେଟ ସମସ୍ୟା ଲାଗିରହିଛି। ତାସହିତ ମିଲରମାନେ ଧାନ ଉଠାଉନଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତିI ଧଣ୍ଡାମୁଣ୍ଡାରେ ଚାଷୀଙ୍କ ଧାନ କିଣିବା ସହିତ ଟୋକନ ଉପଲବ୍ଧ କରିବାକୁ ଚାଷୀମାନେ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ: Agriculture: ବିପଦରେ ଚାଷ ଓ ଚାଷୀ
Follow Us