ଧାନମଣ୍ଡି ସ୍ଥାପନ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି) ସ୍ଥାପନ ପାଇଁ ଶନିବାର ଦିନ ବଙ୍ଗୋମୁଣ୍ଡା ତହସିଲଦାରଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଅଞ୍ଚଳବାସୀ ଦାବି କରିଛନ୍ତି।

Bhalumunda

ଭାଲୁମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି) ସ୍ଥାପନ ପାଇଁ ଶନିବାର ଦିନ ବଙ୍ଗୋମୁଣ୍ଡା ତହସିଲଦାରଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଅଞ୍ଚଳବାସୀ ଦାବି କରିଛନ୍ତି। ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ହେଲେ ପ୍ରତିଶ୍ରୁତି ପାଣିର ଗାର ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

୨୦୨୨ ମସିହାରେ ପ୍ୟାକ୍ସ ପାଇଁ କମିଟି ଗଠନ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ପ୍ୟାକ୍ସ ହୋଇ ନ ଥିବା ଯୋଗୁଁ ଚାଷୀମାନେ ୟୁରିଆ ସାର ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଲାଙ୍ଗୀର ଜିଲ୍ଲାର ଶେଷ ସୀମାରେ ଥିବା କପିଲାଭଟା ପଞ୍ଚାୟତରେ ସ୍ଥାପନ କଲେ ନିକଟସ୍ଥ ପଂଚାୟତର ବିଭିନ୍ନ ଗାଁର ଚାଷୀ ଭାଇମାନେ ସୁବିଧାରେ ନିଜ ଉପାର୍ଜନ ଧାନକୁ ବିକ୍ରି କରି ପାରିବେ ବୋଲି ଆଶା କରିଛନ୍ତି।

ଅଞ୍ଚଳର ଚାଷୀମାନେ ଧାନ ବିକ୍ରି କରିବା ପାଇଁ ଚୁଲିଫୁଙ୍କା ପ୍ୟାକ୍ସକୁ ଯାଇ ଖର୍ଚ୍ଚ।ନ୍ତ ହେବା ସହ ସେଠାରେ ଦିନ ରାତି ରହି ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତୁରନ୍ତ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି) ସ୍ଥାପନ ପାଇଁ କପିଲାଭଟା ଗ୍ରାମପଞ୍ଚାୟତର ସମିତିସଭ୍ୟ କେଦାର ଭୋଇଙ୍କ ନେତୃତ୍ୱରେ ମା ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଯୁବନେତା ଧର୍ମେନ୍ଦ୍ର ଦାସଙ୍କ ସହ ଅଞ୍ଚଳବାସୀମାନେ ସାମିଲ ହୋଇଥିଲେ। ତୁରନ୍ତ ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବାକୁ ଅଞ୍ଚଳବାସୀମାନେ ଚେତାବନୀ ଦେଇଛନ୍ତି।  

Farmers

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe