ଦାମ୍ପତ୍ୟ କଳହ: ବାପା ଗୋଇଠା ବାଜି ମାସକର ଶିଶୁକନ୍ୟା ମୃତ

Advertisment
ଦାମ୍ପତ୍ୟ କଳହ: ବାପା ଗୋଇଠା ବାଜି ମାସକର ଶିଶୁକନ୍ୟା ମୃତ

ଟିଟଲାଗଡ଼: ରବିବାର ସନ୍ଧ୍ୟାରେ ଟିଟଲାଗଡ଼ ଥାନା ଅନ୍ତର୍ଗତ ମନିଙ୍ଗାରେ ବାପାଙ୍କର ଗୋଇଠା ଖାଇ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି।
ହତ୍ୟାକାରୀ ବାପା ହେଉଛନ୍ତି ୩୦ ବର୍ଷିୟ ପ୍ରଦୀପ ଦୀପ।

ପ୍ରଦୀପ ବର୍ଷେ ହେବ ନିଜ ଗାଁ ଝିଅ ସସ୍ମିତାଙ୍କୁ ବାହା ହୋଇଥିଲେ। କିନ୍ତୁ କୌଣସି କାରଣରୁ ଉଭୟ ସର୍ବଦା ଝଗଡ଼ାଛାଟି ଲାଗନ୍ତି। ଅକ୍ଟୋବର ୧୮ ତାରିଖରେ ଝିଅ ଜନ୍ମ ହେବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବଢ଼ିଥିଲା।

ଗତ ସନ୍ଧ୍ୟାରେ ସସ୍ମିତା ଝିଅକୁ ଧରି ଖଟରେ ବସିଥିବା ବେଳେ ପ୍ରଦୀପ କୁଆଡୁ ଆସି ତାଙ୍କୁ ଗୋଇଠାଏ ପକାଇଲେ, କିନ୍ତୁ ଗୋଇଠା ଝିଅ ଉପରେ ବାଜିବାରୁ ସେ ତଳକୁ ଛିଟିକି ପଡ଼ିଲା। ଏହାପରେ ପ୍ରଦୀପ ସସ୍ମିତାଙ୍କୁ ବହେ ମାଡ଼ ମାରି ଅଚେତ କରିପକାଇଲେ।

publive-image

ସସ୍ମିତାଙ୍କ ବାପଘର ଲୋକେ ସେଠାରେ ପହଞ୍ଚି ତୁରନ୍ତ ମା’ ଝିଅକୁ ଟିଟଲାଗଡ଼ ଡାକ୍ତରଖାନାକୁ ନେବା ବ୍ୟବସ୍ଥା କଲେ। ପ୍ରଦୀପ କିନ୍ତୁ, ତାଙ୍କ ସହ ଝିଅକୁ ନ ପଠାଇ ନିଜେ ଆମ୍ବୁଲାନ୍‌ସ୍‌ କରି ଡାକ୍ତରଖାନା ନେଲେ।

ଡାକ୍ତରମାନଙ୍କ ଚିକିତ୍ସାରେ ସସ୍ମିତା ଆରୋଗ୍ୟ ହେଲେ। ମାତ୍ର ଝିଅଟିକୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।
ପ୍ରଦୀପଙ୍କ ନାଁରେ ଏଫ୍‌ଆଇଆର୍‌ ଦେବାକୁ ଏବେ ସସ୍ମିତା ଟିଟଲାଗଡ଼ ଥାନାରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe