କଣ୍ଟାବାଞ୍ଜି: ଆଜି ସକାଳେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଖବର ପାଇ କଣ୍ଟାବାଞ୍ଜି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ରାୟପୁରରୁ ବିଶାଖାପାଟଣା ଯାଉଥିବା ଏହି କୋଇଲା ବୋଝେଇ ଟ୍ରେନରେ ତୁରେକେଲା ଷ୍ଟେସନରେ ଦୁଇଟି ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ପରେ କଣ୍ଟାବାଞ୍ଜି ଷ୍ଟେସନକୁ ଖବର ଦିଆଯିବା ପରେ ଏହି ଟ୍ରେନରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅନ୍ୟ ବଗିମାନଙ୍କରେ ଯାଞ୍ଚ ଚାଲିଥିବା ଜଣାଯାଇଛି।
କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଅଗ୍ନିକାଣ୍ଡ: କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ
Advertisment
Follow Us