ବଲାଙ୍ଗୀର: ରବିବାର ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସୁର୍ଡ଼ା ଗାଁରେ ଥିବା ଏକ ଧାନ ଖଳାରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣ ଚାଷୀଙ୍କ ଅମଳ ଧାନ ପୋଡ଼ି ପାଉଁଶ ହୋଇଯାଇଛି ।
ସୂଚନାଯୋଗ୍ୟ, ଆଜି ସକାଳୁ ସକାଳୁ ଚାଷୀମାନେ ହଠାତ ଧାନ ଖଳାରେ ନିଆଁ ଜଳୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ଦୌଡ଼ାଦୌଡ଼ି ହୋଇ ଗାଁର ଅନ୍ୟ ଲୋକମାନଙ୍କୁ ଓ ଅଗ୍ନିଶମ ବିଭାଗକୁ ଏହି ଅଗ୍ନିକାଣ୍ଡ ବିଷୟରେ ଖବର ଦେଇଥିଲେ ଗ୍ରାମାବାସୀ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଆୟତ୍ତ ହୋଇ ଯାଇଥିଲେ ହେଁ ଗାଁର ୫ଜଣ ଚାଷୀଙ୍କ ପ୍ରାୟ ୨ଶହ କ୍ୱିଣ୍ଟାଲ ଧାନ ଏହି ଅଗ୍ନିକାଣ୍ଡରେ ପୋଡ଼ି ଛାରଖାର ହୋଇଯାଇଛି।
ଗତକାଲି ରାତିରେ କିଛି ଦୁର୍ବୃତ୍ତ ଧାନ ଗଦାରେ ନିଆଁ ଲଗାଇଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଚାଷୀମାନେ ତାଙ୍କର ବର୍ଷକର ପରିଶ୍ରମକୁ ଆଖି ଆଗରେ ପୋଡ଼ି ପାଉଁଶ ହେବା ଦେଖି ସ୍ତବ୍ଧ ହୋଇଯାଇଛନ୍ତି।
Follow Us