ଗୁଡ଼ଭେଳା କତକୋମହାଣ ପୋଲରେ ୫ଫୁଟ ପାଣି: ବାହ୍ୟଜଗତରୁ ବିଛିନ୍ନ ୧୦ଟି ଗାଁ

Advertisment
ଗୁଡ଼ଭେଳା କତକୋମହାଣ ପୋଲରେ ୫ଫୁଟ ପାଣି: ବାହ୍ୟଜଗତରୁ ବିଛିନ୍ନ ୧୦ଟି ଗାଁ

ଦେଓଗାଁ/ଗୁଡଭେଲା: ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକ ଯାମୁଟ-ମୋହନଗିରି ରାସ୍ତା ଯାମୁଟ ନିକଟରେ ଥିବା କୋତକୋମୁହାଣ ପୋଲ ଉପରେ ପାଞ୍ଚ ଫୁଟ ବନ୍ୟା ଜଳ ପ୍ରଭାବିତ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ୧୦ଟି ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଥିବା ଜଣାପଡିଛି। ଗୁଡ଼ଭେଳା ବ୍ଳକ ଗମ୍ଭୀରିଗୁଡା ପଞ୍ଚାୟତର ୯ଟି ଗାଁ ସମେତ ଜାମୁଟ ପଞ୍ଚାୟତର ଗୋଟିଏ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି।

ଶନିବାର ରାତିରୁ ମାତ୍ରାଧିକ ବର୍ଷା ହେବାରୁ ରବିବାର ସକାଳ ୭ ଟା ପର୍ଯ୍ୟନ୍ତ ପୋଲ ଉପରେ ୫ ଫୁଟ ଉପରେ ପାଣି ପ୍ରବାହିତ ହେବା ସହ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଆହୁରି ଗାଁ ବିଚ୍ଛିନ୍ନ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ଯାମୁଟ-ଧନପୁର ରାସ୍ତାକୁ ଯାମୁଟ ଓ ଗମ୍ଭାରିଗୁଡା ପଞ୍ଚାୟତବାସୀ ବ୍ୟତୀତ କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସିମାନ୍ତବର୍ତ୍ତୀ ଗାଁକୁ ଲୋକେ ଏହି ପୋଲ ଉପରେ ଯାତାୟାତ କରନ୍ତି। ଯାମୁଟରୁ ଧନପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନେଇଥିଲେ ମଧ୍ୟ ଉଚ୍ଚ ପୋଲ ନିର୍ମାଣ କରାଯାଉ ନାହିଁ । ଏହି ପୋଲଟି କମ ଉଚ୍ଚା ଥିବାରୁ ଅଳ୍ପ ବର୍ଷା ହେଲେ ମଧ୍ୟ ପ୍ରତ୍ୟେକ ବର୍ଷ ପୋଲ ଦେଇ ପାଣି ପ୍ରବାହିତ ହୋଇଛି। ଉଚ୍ଚ ପୋଲ ନିର୍ମାଣ ପାଇଁ  ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରୁଆସୁଥିଲେ ମଧ୍ୟ ପ୍ରଶାସନ ତଥା ଜନ ପ୍ରତିନିଧିମାନେ ଧ୍ୟାନ ଦେଉନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe